ବାଲେଶ୍ବର ସିନେମା ଛକ ସ୍ଥିତ ବନଜା ବେଙ୍ଗଲ କସମେଟିକ ଷ୍ଟୋରରେ ଭୋର ସମୟରେ ନିଆଁ ଲାଗିଥିଲା। ୫ମହଲା ବିଶିଷ୍ଟ ଏହି କସମେଟିକ ଷ୍ଟୋରରେ ସମସ୍ତ ସାମଗ୍ରୀ ନିଆଁରେ ପୋଢି ଯାଇଥିବା ଦେଖିବାକୁ ମିଳିଛି। କସମେଟିକ ସାମଗ୍ରୀ ସହିତ ଲକ୍ଷାଧିକ ଟଙ୍କାର ଦାମୀ ଡ୍ରେସ ମଧ୍ୟ ନିଆଁ ଲାଗି ପାଉଁଶ ହୋଇଯାଇଛି। ବାଲେଶ୍ବର ଅଗ୍ନିଶମ ବିଭାଗର କର୍ମଚାରୀ ନିଆଁକୁ ଆୟତ କରିବାରେ ସଫଳ ହୋଇଥିବା ବେଳେ ଏହି କାର୍ଯ୍ୟରେ ୨୫ ଅଧିକ କର୍ମଚାରୀ ନିୟୋଜିତ ହୋଇଥିଲେ। ତେବେ କେଉଁ କାରଣକୁ ନେଇ ନିଆଁ ଲାଗିଲା ତାହା ସ୍ପଟ ଭାବେ ଜଣା ପଡିନାହିଁ। ବନଜା ବେଙ୍ଗଲ ଷ୍ଟୋର ସହରର ପୁରାତନ କସମେଟିକ ଷ୍ଟୋର ଭାବେ ବେଶ ଜଣାଶୁଣା। ସମସ୍ତ ସେଫଟି ପ୍ରିକ୍ୟୁସନ ପରେ ମଧ୍ୟ ଏ ଭୟାଭଅ ଅଗ୍ନିକାଣ୍ଡ କେମିତି ଘଟିଲା ତାହା ଜଣା ପଡୁନି






