ନୀଳଗିରି, ୧୫/୧୦(ସିଧାସମ୍ବାଦ); ନୀଳଗିରି ବ୍ଳକ ବରହମପୁର ଆଦର୍ଶ ଶିକ୍ଷାକେନ୍ଦ୍ର ର ପ୍ରାଣ ପ୍ରତିଷ୍ଠାତା ସ୍ବର୍ଗତ ଅଞ୍ଜନ ବେହେରା ଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକି ଉକ୍ତ ଶିକ୍ଷକେନ୍ଦ୍ର ପରିସରରେ ପାଳିତ ହୋଇ ଯାଇଛି | ଶିକ୍ଷା କେନ୍ଦ୍ରର ସଭାପତି ରବି ନାରାୟଣ ଚୌଧୁରୀ ଏଥିରେ ପ୍ରତ୍ୟକ୍ଷ୍ୟ ଭାବେ ତତ୍ଵାବଧାନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଅଞ୍ଚଳର ଅବସରପ୍ରାପ୍ତ ଶିକ୍ଷକ ଶ୍ରୀନାଥ ବେହେରା ଯୋଗଦାନ କରି ସ୍ବର୍ଗତ ବେହେରା ଙ୍କ ସ୍ମୃତି ଚାରଣ କରିଥିଲେ ||ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ସିଆରସିସି ଦିବାକର ରାମ, ଯୋଗ ଶିକ୍ଷକ ପ୍ରସନ୍ନ ମହାପାତ୍ର, ଅବକାଶ ପୁଟି, ଚୈତନ୍ୟ ଗୁରୁଜୀ, ସମ୍ପାଦିକା ସୁବାସିନୀ ବେହେରା, ପ୍ରଧାନ ଆଚାର୍ଯ୍ୟା କୁଞ୍ଜଲତା ସାହୁ, ଗୁରୁଜୀ ସମୀର ମହାପାତ୍ର, ଜୟଶ୍ରୀ ପଣ୍ଡା, ଦେବାହୁତି କର, ସୁମତୀ ଦାସ, ସୁଭଦ୍ରା ରାଉତ, କଲ୍ୟାଣୀ ପଷା, ରାନୁବାଳା ସାହୁ, ବର୍ଷାରାଣୀ ମଲ୍ଲିକ, ଦିଲ୍ଲୀପ କୁମାର ସାହୁ, ପ୍ରମୁଖ ସମସ୍ତ ଗୁରୁଜୀ, ଗୁରୁମା ଉପସ୍ଥିତ ଥାଇ ସ୍ୱର୍ଗୀୟ ବେହେରା ଙ୍କ ଉଦେଶ୍ୟ ରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ | ଛାତ୍ର ଛାତ୍ରୀଙ୍କ ପାଇଁ ମିଷ୍ଟାନ୍ନ ଓ ପଂକ୍ତି ଭୋଜନର ବ୍ୟବସ୍ଥା କରାଯାଇଥିଲା | ପରିଶେଷରେ ଚଳିତ ପରୀକ୍ଷାରେ ବିଦ୍ୟାଳୟର ସର୍ବୋଚ୍ଚ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ପଞ୍ଚମ ଶ୍ରେଣୀର ଛାତ୍ରୀ କୁମାରୀ ନିକିତା ବେହେରାଙ୍କୁ ମାନପତ୍ର ସହିତ ନଗଦ ୫୦୦ ଟଙ୍କା ଦେଇ ଶିକ୍ଷାନୁଷ୍ଠାନ ପକ୍ଷରୁ ପୁରସ୍କୃତ କରାଯାଇଥିଲା |




