ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ଯୁବକଙ୍କୁ ଗିରଫକରି ବଡ଼ସାହି ପୋଲିସକୁ ହସ୍ତାନ୍ତର କଲା ନୀଳଗିରି ପୋଲିସ।

👇समाचार सुनने के लिए यहां क्लिक करें

ନୀଳଗିରି -୧୮/୧୦(ସିଧାସମ୍ବାଦ);
ଭିନ୍ନଭିନ୍ନ ଫାଇନାନ୍ସ କମ୍ପାନୀର ଫିଲ୍ଡ ଅଫିସର ପରିଚୟଦେଇ ଲକ୍ଷାଧିକ ଟଙ୍କା ଲୁଟ ଘଟଣାରେ ଆଜି ଜନୈକ ଯୁବକକୁ ନୀଳଗିରି ପୋଲିସ ଅଟକରଖିବା,ପରେ ଉତ୍ତମମାଧ୍ୟମ ଦେଇ ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନାକୁ ହସ୍ତାନ୍ତର କରିବା ଘଟଣା ନୀଳଗିରି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ଜାଣିବାକୁ ମିଳିଛି। ସୂଚନା ଅନୁଯାୟୀ ନୀଳଗିରି ଥାନା ଅନ୍ତର୍ଗତ ସଂଗ୍ରାମପୁର ଗ୍ରାମର ରଘୁନାଥ ପଣ୍ଡା ଏବଂ ପଦ୍ମଲୋଚନ ବେହେରା ନାମକ ଦୁଇଜଣ ଯୁବକଙ୍କ ଠାରୁ ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ରତନପୁର ଗ୍ରାମର ପ୍ରଭାକର ମଣ୍ଡଳଙ୍କ ଜ୍ଞାନ ମଣ୍ଡଳ ନିଜକୁ ପ୍ରିଫ୍ର ଫାଇନାନ୍ସ, ଏକ୍ସିଓ କମ୍ପାନୀ ଏବଂ କରୁର ବିଶ୍ୟା କମ୍ପାନୀର ଫିଲ୍ଡ ଅଫିସର ପରିଚୟ ଦେଇ ସବସିଡ ଲୋନ କରିଦେବାର ପ୍ରଲୋଭନ ଦେଖାଇ ଉପରୋକ୍ତ ଯୁବକଙ୍କ ଠାରୁ ପାନକାର୍ଡ, ଆଧାର ଏଟିଏମ ଆଦି ଅତ୍ୟାବଶ୍ୟକ କାଗଜପତ୍ର ନେଇଯାଇଥିଲେ। ମାତ୍ର ଲୋନ୍ କରାଇବା ତ ଦୂରର କଥା ଯୁବକ ଜଣକ ଅନ୍ତର୍ଦ୍ଧାନ ହୋଇଯାଇଥିଲେ। ସେମାନଙ୍କ ନିକଟକୁ ଋଣ ପରିଶୋଧ ପାଇଁ ନୋଟିସ ଆସିବାପରେ ତାଙ୍କ ନାମରେ ଆଧାର, ପାନ୍, ଏଟିଏମ୍ ବ୍ୟବହାର କରାଯାଇ ବିଭିନ୍ନ କମ୍ପାନୀରୁ ଋଣ ଉଠାଯାଇଥିବା ଜାଣିବାକୁ ପାଇଥିଲେ। ଏନେଇ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ମଧ୍ୟ ଯୁବକ ଜଣକର କୌଣସି ପତ୍ତା ମିଳିନଥିଲା। ଶେଷରେ ଆଜି ଯୁବକ ଜଣକ କାଂଶ ବଜାରରେ ଥିବା ଖବରପାଇ ତାଙ୍କୁ ଧରିବାପାଇଁ ପ୍ରୟାସ କରାଯାଇଥିବା ବେଳେ ଯୁବକ ଜଣକ ଅସଭ୍ୟଭାଷାରେ ଗାଳିଗୁଲଜ କରିବା ସହ ଦୌଡ଼ି ଖସିଯିବାକୁ ଚେଷ୍ଟା କରିଥିଲେ। ସ୍ଥାନୀୟଲୋକ ଯୁବକଙ୍କୁ ଧରିବାପରେ ଉତ୍ତମମଧ୍ୟମ ଦେଇ ନୀଳଗିରି ପୋଲିସରେ ଜିମାଦେଇଥିଲେ। ନୀଳଗିରି ପୋଲିସ ଯୁବକ ଜଣକୁ ଅଟକରଖି ଘଟଣାର ସତ୍ୟତା ଥିବା ଜାଣି ବଡ଼ସାହି ପୋଲିସକୁ ହସ୍ତାନ୍ତର କରିଥିବା ସୂଚନା ମିଳିଛି।

Sidha Sambad
Author: Sidha Sambad

Leave a Comment

और पढ़ें