। ଦିନ ୪ଟାରୁ ପ୍ରଚାର ବନ୍ଦ ହୋଇଯିବ। ଆଜି ଶେଷ ଦିନ ପ୍ରଚାର ଥିବାରୁ ସବୁ ଦଳ ଓ ପ୍ରାର୍ଥୀମାନେ ଆଜି ଜୋରଦାର ପ୍ରଚାର କରିବେ। ଦିନ ୪ଟାରୁ ଲାଗୁ ହେବ ସାଇଲେନ୍ସ ପିରିୟଡ୍। ମତଦାନ ପୂର୍ବର ୪୮ ଘଣ୍ଟା ପୂର୍ବ ସମୟ ପାଇଁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ। ଯାହାକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ପ୍ରଶାସନକୁ କୁହାଯାଇଛି। ମତଦାନର ୪୮ ଘଣ୍ଟା ପୂର୍ବର ଅବଧି ଅର୍ଥାତ ନୀରବ ଅବଧି, କୌଣସି ରାଜନୈତିକ ପ୍ରଲୋଭନ କିମ୍ବା ପ୍ରଚାର ଦ୍ୱାରା ପ୍ରଭାବିତ ନ ହୋଇ, ଭୋଟରମାନଙ୍କୁ ସେମାନଙ୍କ ମତଦାନର ନିରପେକ୍ଷ ନିଷ୍ପତ୍ତି ନିର୍ଣ୍ଣୟ କରିବା ପାଇଁ ଯୋଗାଇ ଦିଆଯାଇଥାଏ।ସିଇଓଙ୍କ ନିକଟରେ ଫେରାଦ ହେଲେ ବିଜେପି- ବିଜେଡି।ମୁଖ୍ୟମନ୍ତ୍ରୀ ଭାଙ୍ଗୁଛନ୍ତି ଆଦର୍ଶ ନିର୍ବାଚନ ଆଚରଣ ଵିଧି । ଏପରି ଅଭିଯୋଗ ଆଣି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହୋଇଛି ବିଜୁ ଜନତା ଦଳ। ଗତକାଲି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ପ୍ରଚାରରେ ଭୟଭୀତ ହୋଇ ଆଜି ମୁଖ୍ୟମନ୍ତ୍ରୀ ନୂଆପଡା ଯାଇଛନ୍ତି । ହେଲେ ଏହି ଗସ୍ତ ପାଇଁ ଖରିଆର ରୋଡ଼କୁ କାହିଁକି ବ୍ଲକ କରାଗଲା ବୋଲି ବିଜେଡି ପ୍ରଶ୍ନ କରିଛି। ବିଜେପିର ଏକ ପ୍ରତିନିଧି ମଣ୍ଡଳୀ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ବିଜେଡି ବିରୋଧରେ ଅଭିଯୋଗ କରିଛି । ୨୦୨୪ ନିର୍ବାଚନ ପରାଜୟ ଭୋଗ କରିବା ପରେ, ନବୀନ ପଟ୍ଟନାୟକ କହିଥିଲେ ବିଜେପି ସୋସିଆଲ ମିଡିଆରେ ଅପପ୍ରଚାର କରିଛି ସେଥିପାଇଁ ବିଜେଡିର ପରାଜୟ ଘଟିଛି।



