ବ୍ରହ୍ମପୁରରେ ସ୍ବର୍ଗତ ପୀତବାସଙ୍କ ପରିବାରକୁ ମିଳିଲା ପୋଲିସ ସୁରକ୍ଷା, ଜଣେ ପିଏସଓ ସହ ଘର ଆଗରେ ରହିବେ ୪ ପୋଲିସ।

👇समाचार सुनने के लिए यहां क्लिक करें

ପୀତବାସ ପଣ୍ଡାଙ୍କ ପତ୍ନୀଙ୍କ ସାଙ୍ଘାତିକ ଅଭିଯୋଗ ପରେ ପରିବାରକୁ ୨୪ ଘଣ୍ଟିଆ ସୁରକ୍ଷା।ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା। ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କୁ ନ୍ୟାୟ ମାଗିଲେ ପୀତବାସଙ୍କ ସ୍ତ୍ରୀ ସୁସ୍ମିତା ପଣ୍ଡା। କହିଲେ ଜୀବନ ପ୍ରତି ବିପଦ ଅଛି। ପୁଅ ପାଖକୁ ମାମଲା ପ୍ରତ୍ୟାହାର କରିବାକୁ ବାରମ୍ବାର ଧମକପୂର୍ଣ୍ଣ କଲ୍ ଆସୁଛି। ମୁଖ୍ୟ ଅଭିଯୁକ୍ତ ବିକ୍ରମ ପଣ୍ଡାଙ୍କ ନାଆଁରେ ହତ୍ୟା ଧମକ ମିଳୁଛି । ଆମକୁ ସୁରକ୍ଷା ଯୋଗାଇ ଦିଆଯାଉ। ମୋ ସ୍ବାମୀଙ୍କୁ ସେମାନେ ଯେମିତି ମାରିଥିଲେ, ସେମାନଙ୍କୁ ସେମିତିକା ଦଣ୍ଡ ମିଳୁ। ଆଜି ସାମ୍ବାଦିକ ସମ୍ମିଳନୀରେ ମୃତ ପୀତବାସ ପଣ୍ଡାଙ୍କ ପତ୍ନୀ ଏଭଳି କହିଛନ୍ତି। । ଧମକ ମିଳୁଥିବା ନେଇ ଆମେ ବରିଷ୍ଠ ପୋଲିସ ଅଧିକାରୀଙ୍କୁ କହିବା ସହ ଏନେଇ ବୈଦ୍ୟନାଥପୁର ଥାନାରେ ଏତଲା ଦେଇଛୁ ପୀତବାସଙ୍କ ସ୍ତ୍ରୀ ସୁସ୍ମିତା ପଣ୍ଡା କହିଛନ୍ତି।

Sidha Sambad
Author: Sidha Sambad

Leave a Comment

और पढ़ें