ଟାଟା ପାୱାର ବିରୋଧରେ ଜନସ୍ୱାର୍ଥ ମାମଲା ରୁଜୁ
ଭୁବନେଶ୍ୱର: ରାଜ୍ୟରେ ସ୍ମାର୍ଟ ମିଟର ସଂସ୍ଥାପନ ଏବଂ ଉପଭୋକ୍ତାଙ୍କଠାରୁ ନିଆଯାଉଥିବା ଅତିରିକ୍ତ ସୁରକ୍ଷା ଜମାକୁ ବିରୋଧ କରି ଟାଟା ପାୱାର ବିରୋଧରେ ଏକ ଜନସ୍ୱାର୍ଥ ମାମଲା (PIL) ରୁଜୁ ହୋଇଛି।
ମାମଲାରେ ଦାବି କରାଯାଇଛି ଯେ ସ୍ମାର୍ଟ ମିଟର ସଂସ୍ଥାପନ ଉପଭୋକ୍ତାଙ୍କ ସମ୍ମତି ବିନା କରାଯାଉଛି ଏବଂ ଏହା ଫଳରେ ବିଦ୍ୟୁତ ବିଲ୍ ଅସାଧାରଣ ଭାବେ ବଢ଼ୁଛି। ଏହା ସହ ଅତିରିକ୍ତ ସୁରକ୍ଷା ଜମା ନାମରେ ଉପଭୋକ୍ତାଙ୍କ ଉପରେ ଅନାବଶ୍ୟକ ଆର୍ଥିକ ଭାର ପକାଯାଉଛି ବୋଲି ଅଭିଯୋଗ କରାଯାଇଛି।
ମାମଲାରେ ସ୍ମାର୍ଟ ମିଟର ବ୍ୟବସ୍ଥାକୁ ତୁରନ୍ତ ପ୍ରତ୍ୟାହାର କରିବା ସହ ଅତିରିକ୍ତ ସୁରକ୍ଷା ଜମା ଆଦାୟକୁ ରଦ୍ଦ କରିବା ପାଇଁ ଅଦାଳତଙ୍କ ହସ୍ତକ୍ଷେପ ଦାବି କରାଯାଇଛି। ଏହି ମାମଲା ରାଜ୍ୟର ଲକ୍ଷାଧିକ ବିଦ୍ୟୁତ ଉପଭୋକ୍ତାଙ୍କ ସ୍ୱାର୍ଥ ସହ ଜଡିତ ଥିବାରୁ ଏହା ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଆଶା କରାଯାଉଛି।






