ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନକଡ ଦିଲ୍ଲୀରେ ସରକାରୀ ବଙ୍ଗଳା ମିଳିନଥିବା ଜଣାପଡିଛି I

👇समाचार सुनने के लिए यहां क्लिक करें

ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନକଡଙ୍କୁ ଦିଲ୍ଲୀରେ ସରକାରୀ ବଙ୍ଗଳା ମିଳିନି

ନୂଆଦିଲ୍ଲୀ: ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନକଡଙ୍କୁ ଦିଲ୍ଲୀରେ ସରକାରୀ ବଙ୍ଗଳା ଆବଣ୍ଟନ କରାଯାଇନଥିବା ଜଣାପଡିଛି। କାର୍ଯ୍ୟକାଳ ସମାପ୍ତି ପରେ ମଧ୍ୟ ତାଙ୍କ ପାଇଁ ଉପଯୁକ୍ତ ସରକାରୀ ଆବାସ ନିର୍ଦ୍ଧାରିତ ହୋଇନଥିବାରୁ ଏହି ବିଷୟ ରାଜନୈତିକ ମହଳରେ ଆଲୋଚନାର କେନ୍ଦ୍ରବିନ୍ଦୁ ହୋଇଛି।

ସୂତ୍ରମାନଙ୍କ ଅନୁସାରେ, ସରକାରୀ ନୀତି ଏବଂ ଉପଲବ୍ଧତା ଆଧାରରେ ଆବାସ ଆବଣ୍ଟନ ପ୍ରକ୍ରିୟା ହୋଇଥାଏ। ତେବେ ଏହି ବିଷୟରେ ସରକାର ପକ୍ଷରୁ କୌଣସି ଆଧିକାରିକ ପ୍ରତିକ୍ରିୟା ଏପର୍ଯ୍ୟନ୍ତ ମିଳିନି।

ପୂର୍ବତନ ଉପରାଷ୍ଟ୍ରପତି ଭାବେ ତାଙ୍କୁ ସରକାରୀ ବଙ୍ଗଳା ମିଳିବା ଉଚିତ। ଧନକଡ ଏହି ମର୍ମରେ ଅଗଷ୍ଟ ୨୨ରେ ସହରାଞ୍ଚଳ ଉନ୍ନୟନ ବିଭାଗ ସଚିବଙ୍କୁ ଏକ ଚିଠି ଲେଖିଥିଲେ ମଧ୍ୟ ମନ୍ତ୍ରଣାଳୟ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ପୂର୍ବତନ ଉପରାଷ୍ଟ୍ରପତି ଭାବେ ଧନକଡଙ୍କୁ ମାସିକ ୨ ଲକ୍ଷ ଟଙ୍କା ପେନସନ, ଟାଇପ-୮ ସରକାରୀ ବଙ୍ଗଳା, ବ୍ୟକ୍ତିିଗତ ସଚିବ, ବ୍ୟକ୍ତିଗତ ସହାୟକ, ଜଣେ ଘରୋଇ ଡାକ୍ତର, ଜଣେ ନର୍ସିଂ ଅଫିସର ଏବଂ ଚାରିଜଣ ପିଅନ ମିଳିବା କଥା।

Sidha Sambad
Author: Sidha Sambad

Leave a Comment

और पढ़ें