ସାଢେ ୪ ଲକ୍ଷରୁ ଉର୍ଦ୍ଧ୍ଵ ହିତାଧିକାରୀମାନଙ୍କୁ ସୁଭଦ୍ରା ସହାୟତା ପ୍ରଦାନ

👇समाचार सुनने के लिए यहां क्लिक करें

ସୁଭଦ୍ରା ସମୀକ୍ଷା ବୈଠକ ଅନୁଷ୍ଠିତ

ଭୁବନେଶ୍ୱର, ତା୦୮/୦୧/୨୦୨୬ରିଖ

ଆଜି ମହିଳା ଓ ଶିଶୁ ବିକାଶ ଆନୁକୂଲ୍ୟରେ ବିଭାଗୀୟ ସମ୍ମିଳନୀ କକ୍ଷରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ଅଧ୍ୟକ୍ଷତାରେ ସୁଭଦ୍ରା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ଜାନୁୟାରୀ ମାସରେକରାଯିବ ବୋଲି ଏହି ବୈଠକରେ ସ୍ଥିର କରାଯାଇଛି । ଏଥିରେ ୧ ଲକ୍ଷ ୭୮ ହଜାର ୩୯୮ ନୂତନ ପଞ୍ଜୀକୃତ ସୁଭଦ୍ରା ହିତାଧିକାରୀ, ଆଗରୁ କୌଣସି କାରଣରୁ ବାଦ ପଡିଥିବା ଓ ପରେ ଅଭିଯୋଗ ଶୁଣାଣିର ତଦନ୍ତ ଦ୍ଵାରା ଯୋଡିହୋଇଥିବା ୨୪ ହଜାର ୧୮ ଜଣ ହିତାଧିକାରୀ, ଅନ୍ୟ ୨ ଲକ୍ଷ ୫୫ ହଜାର ୨୨୬ ଜଣ ହିତାଧିକାରୀଙ୍କୁ ମିଶାଇ ସମୁଦାୟ ୪ ଲକ୍ଷ ୫୭ ହଜାର ୬୮୧ ଜଣ ହିତାଧିକାରୀଙ୍କୁ ବକେୟା ସୁଭଦ୍ରା ସହାୟତା କିସ୍ତି ପ୍ରଦାନ କରାଯିବ ବୋଲି ବିଭାଗ ପକ୍ଷରୁ ତଥ୍ୟ ଦିଆଯାଇଛି । ଏହି ବୈଠକରେ ଆସନ୍ତା ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ମାର୍ଚ୍ଚ ୮ରେ ପ୍ରଦାନ କରିବାକୁ ଥିବା ଚତୁର୍ଥ କିସ୍ତି ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା । ସମସ୍ତ ଯୋଗ୍ୟ ହିତାଧିକାରୀମାନଙ୍କୁ ଚତୃର୍ଥ କିସ୍ତି ସୁନିଶ୍ଚିତ କରିବା ପାଇଁ ବୈଠକରେ ସ୍ଥିର କରାଯାଇଥିଲା।

ତନୁଜା ମହାନ୍ତି
ଲୋକ ସମ୍ପର୍କ ଅଧିକାରୀ

Sidha Sambad
Author: Sidha Sambad

Leave a Comment

और पढ़ें