ଆଜି ଭାରତ-ନ୍ୟୁଜିଲାଣ୍ଡ ତୃତୀୟ ଦିନିକିଆ। ଇନ୍ଦୋର ହୋଲକର ଷ୍ଟାଡିୟମରେ ଖେଳାଯିବ ମ୍ୟାଚ୍। ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ୧-୧ରେ ବରାବର ସ୍ଥିତିରେ ରହିଛନ୍ତି ଉଭୟ ଦଳ। ଆଜିର ମ୍ୟାଚ୍ ଯିଏ ଜିତିବ, ସିଏ ସିରିଜ୍ କବଜା କରିବ।
.ବଡୋଦରାରେ ଖେଳାଯାଇଥିବା ପ୍ରଥମ ମ୍ୟାଚକୁ ଭାରତ ୪ ୱିକେଟରେ ଜିତିଥିବା ବେଳେ ରାଜକୋଟରେ ଖେଳାଯାଇଥିବା ଦ୍ବିତୀୟ ମ୍ୟାଚକୁ ନ୍ୟୁଜିଲାଣ୍ଡ ୭ ୱିକେଟରେ ଜିତିଥିଲା। ଆଜିର ମ୍ୟାଚ୍ ସିରିଜ୍ ନିର୍ଣ୍ଣାୟକ ହୋଇଥିବା ବେଳେ ଜୋରଦାର ଲଢ଼େଇ ଆଶା କରାଯାଉଛି। ଭାରତର ଦୁଇ ପ୍ରମୁଖ ବ୍ୟାଟସମ୍ୟାନ୍ ବିରାଟ କୋହଲି ଓ ରୋହିତ ଶର୍ମା ଏବେ ଫର୍ମରେ ଅଛନ୍ତି। କିନ୍ତୁ ଦ୍ବିତୀୟ ମ୍ୟାଚରେ ଉଭୟ ଭଲ ପ୍ରଦର୍ଶନ କରିପାରିନଥିଲେ। କିନ୍ତୁ ଆଜିର ମ୍ୟାଚରେ ଉଭୟଙ୍କଠାରୁ ବଡ଼ ସ୍କୋର୍ ଆଶା କରିବ ଦଳ। ଇନ୍ଦୋରର ହୋଲକର ଷ୍ଟାଡିୟମରେ ଭାରତୀୟ ଦଳ ଏପର୍ଯ୍ୟନ୍ତ ୭ଟି ମ୍ୟାଚ ଖେଳିଛି ଓ ସବୁ ମ୍ୟାଚରେ ବିଜୟ ହାସଲ କରିଛି।
ଇନ୍ଦୋରରେ ଭାରତର ରେକର୍ଡ ଅପରାଜେୟ ୭-୦ ରହିଛି। ଏହି ଷ୍ଟାଡିୟମରେ ଶେଷ ମ୍ୟାଚ ୨୦୨୩ରେ ଖେଳାଯାଇଥିଲା, ଯେଉଁଥିରେ ଭାରତ ଅଷ୍ଟ୍ରେଲିଆକୁ ୯୯ ରନରେ ପରାସ୍ତ କରିଥିଲା




