ଆରମ୍ଭ ହେଲା ପକ୍ଷୀ ଗଣନା

👇समाचार सुनने के लिए यहां क्लिक करें

ଚଳିତ ବର୍ଷ ବର୍ଷ ଶୀତର ପକୋପ ଅଧିକ ଥିବାରୁ ଚିଲିକାରେ ବିଦେଶୀ ପକ୍ଷୀ ମାନଙ୍କ ସଂଖ୍ୟା ବଢିବା ନେଇ ଆଶା କରାଯାଉଛି। ସାତପଡା ରେ -୪ ଟି ଟିମ୍ , ଟାଙ୍ଗୀ -୮ ଟି ଟିମ୍, ବାଲୁଗାଁ -7 ଟି , ରମ୍ଭା -୨ ଟି, ଚିଲିକା ନୂଆପଡ଼ା ରେ -୧ ଟି ଟିମ୍ ଲେଖାଏଁ ଟିମ୍ ନିଓଜିତ ହୋଇଛନ୍ତି । ଏପରିକି ଚିଲିକା ରେ ୨୨ ଟି ଟିମ୍ ପକ୍ଷୀ ଗଣିବା ପାଇଁ ଘୁରି ବୁଲୁଛନ୍ତି। ଗତବର୍ଷ ୧୧ଲକ୍ଷ ୨୭ ହଜାର ୨୨୮ ଟି ପକ୍ଷୀ ଥିବା ବେଳେ ଚଳିତ ବର୍ଷ ପକ୍ଷୀ ସଂଖ୍ୟା କେତେ ଅଛନ୍ତି, ଗଣନା ରିପୋର୍ଟ ପରେ ଜଣାପଡିବ । ରାଜ୍ୟର ମୁଖ୍ୟତଃ ହୀରାକୁଦ, ଶିମିଳିପାଳ, କନିକା, ରାଜନଗର, ଗହୀରମଥା, ମହାକାଳପଡ଼ା ଓ କୁଜଙ୍ଗ ଏହି ୫ଟି ରେଞ୍ଜରେ ଏହି ଗ ଗଣନା କାର୍ଯ୍ୟ ହେଉଛି। ମୟୁରଭଞ୍ଜ ଜିଲ୍ଲାର ଜିଲ୍ଲାର ଶିମିଳିପାଳ ଓ ଆଖପାଖ ଅଞ୍ଚଳର ବନଖଣ୍ଡ ଗୁଡ଼ିକରେ ଆରମ୍ଭ ହୋଇଛି। ପକ୍ଷୀ ଗଣନା । ଶିମିଳିପାଳ ଅଭୟାରଣ୍ୟ ତଥା ବାରିପଦା, କରଞ୍ଜିଆ ଓ ରାଇରଙ୍ଗପୁର ବନଖଣ୍ଡ ଅଧିନରେ ଥିବା ବିଭିନ୍ନ ଜଳଭଣ୍ଡାର ସହ ଆଦ୍ରଭୂମିର ସହ ପାଖାପାଖି ୧୦୦ରୁ ଉର୍ଦ୍ଧ୍ୱ ସ୍ଥାନରେ ଏହି ପକ୍ଷୀ ଗଣନା କାର୍ଯ୍ୟ ହୋଇଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବାରିପଦା ବନଖଣ୍ଡ ଅନ୍ତର୍ଗତ ୭ଗୋଟି ରେଞ୍ଜର ୪୬ ଗୋଟି ଆର୍ଦ୍ର ଭୂମିରେ ପକ୍ଷୀ ଗଣନା କରାଯିବ। ମାଟି ଆଡି ବନ୍ଧ ଜମ୍ଭିର ଡ୍ୟାମରେ ମଧ୍ୟ ବିଦେଶୀ ପକ୍ଷୀଙ୍କ ଗଣନା ଆରମ୍ଭ ହୋଇଛି । ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ବିଦେଶି ପକ୍ଷୀଙ୍କ ଆଗମନ ହେଇଛି ।
ହୀରାକୁଦ ଜଳଭଣ୍ତାରରେ ମଧ୍ୟ ହୋଇଛି ପକ୍ଷୀଗଣନା । ଜଳଭଣ୍ତାର ୨୧ ଟି ସେକ୍ଟରରେ ୩୨ ଟି ଡଙ୍ଗାରେ ପକ୍ଷୀଗଣଣା କରୁଛନ୍ତି । ପକ୍ଷୀଗଣନାରେ ମୋଟ ୯୨ ଜଣ ସଦସ୍ୟ ଥିବା ବେଳେ ୭୦ ଜଣ ବିଶେଷଜ୍ଞ ସାମିଲ ରହିଛନ୍ତି। ପକ୍ଷୀଗଣନା କାରୀ ମାନେ ବାଇନାକୁଲାର, କ୍ଯାମେରା ସହ ଅନେକ ଅତ୍ୟଧୁନିକ ସାମଗ୍ରୀରେ ଗଣନା କରିବେ । ଚଳିତ ବର୍ଷ ପ୍ରଥମ ଥର କଲେଜ ଛାତ୍ରଛାତୀ ମାନେ ପକ୍ଷୀଗଣନାରେ ସାମିଲ ହୋଇଛନ୍ତି । ଏଥିପାଇ ପୁର୍ଵରୁ ତାଙ୍କୁ ତାଲିମ ଦିଆଯାଇଛି । ସକାଳ ୫ ଟା ରୁ ଆରମ୍ଭ ହୋଇଥିବା ବେଳେ ସଂଧ୍ୟା ଯାଏ ଚାଲିବ । ଜଳଭଣ୍ତାର ୫୫୦ ବର୍ଗ କିଲୋମିଟରରେ ଏହି ପକ୍ଷୀ ଗଣନା ହେବ । ଏଥିପାଇ ସମ୍ବଲପୁର, ବରଗଡ ଓ ଝାରସୁଗୁଡା ଅଂଚଳରୁ ପକ୍ଷୀଗଣନା ପାଇ ସ୍ବତନ୍ତ୍ର ଡଙ୍ଗା ସାହାର୍ଯ୍ୟରେ ବାହାରିଛନ୍ତି । କେନ୍ଦ୍ରାପଡ଼ା ରାଜନଗର ଭିତରକନିକା ସଂଲଗ୍ନ ଅଂଚଳ ରେ ବିଦେଶୀ ପକ୍ଷୀ ଗଣନା ଆଜି ଠାରୁ ଆରମ୍ଭ ହୋଇଛି। l 5 ଟି ରେଞ୍ଜରେ ହେବାକୁ ଥିବା ଏହି ଗଣନା କାର୍ଯ୍ୟ ରେ ରାଜନଗର ବନଖଣ୍ଡ ଅଧୀନରେ 18 ଟି ଟିମ୍ ଗଠନ କରାଯାଇଛି | ପ୍ରତି ଟିମ ରେ 4ରୁ 5ଜଣ ଲେଖାଏଁ ସଦସ୍ୟ ସାମିଲ ହୋଇଛନ୍ତି l ଭିତରକନିକା ଅଂଚଳ ର ମଠଆଡିଆ, ଲକ୍ଷ୍ମୀପ୍ରସାଦଡିଆ, ଦୂର୍ଗାପ୍ରସାଦଡିଆ ଓ ବାଲିଡିଆ ଅଂଚଳ ରେ ବିଦେଶୀ ପକ୍ଷୀଙ୍କ ଗଣନା କରାଯିବ l ଏହି ବର୍ଷ ଶୀତ ଅଧିକ ଥିବାରୁ ପୂର୍ବ ବର୍ଷ ଅପେକ୍ଷା ବିଭିନ୍ନ ପ୍ରଜାତି ର ଅଧିକ ସଂଖ୍ୟକ ପକ୍ଷୀ ଭିତରକନିକା ଆସିଥିବାର ପୂର୍ବ ଅନୁମାନ କରାଯାଇଛି l

Sidha Sambad
Author: Sidha Sambad

Leave a Comment

और पढ़ें