ଖଣ୍ଡପଡ଼ା ଓ ଭାପୁର ବ୍ଳକରେ ଷ୍ଟାଡିୟମ ନିର୍ମାଣ ନେଇ ଅନୁଦାନ ଅର୍ଥ ମଞ୍ଜୁର

👇समाचार सुनने के लिए यहां क्लिक करें

ଖଣ୍ଡପଡ଼ା ୯|୨ (ସିଧା ସମ୍ବାଦ) ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀର ଖଣ୍ଡପଡ଼ା ଓ ଭାପୁର ବ୍ଲକ ଅଞ୍ଚଳରେ ବ୍ଲକସ୍ତରୀୟ ଷ୍ଟାଡିୟମ ନିର୍ମାଣ ନେଇ ରାଜ୍ଯ ସରକାର ଅନୁଦାନ ଅର୍ଥ ମଞ୍ଜୁର କରିଥିବା ଜଣାପଡିଛି।ଖଣ୍ଡପଡ଼ା ବ୍ଲକ ଅଞ୍ଚଳରେ ନୂତନ ଷ୍ଟାଡିୟମ ନିର୍ମାଣ ନିମନ୍ତେ ୧୦ କୋଟି ୬୨ ଲକ୍ଷ ୩୧ ହଜାର ଟଙ୍କା ମଞ୍ଜୁର ହୋଇଥିବା ବେଳେ ଭାପୁର ବ୍ଲକ ଅଞ୍ଚଳରେ ଇନଡୋର ଷ୍ଟାଡିୟମ ସହ ବ୍ଲକସ୍ତରୀୟ ଷ୍ଟାଡିୟମ ନିର୍ମାଣ ନେଇ ୧୭ କୋଟି ୬ ଲକ୍ଷ ୫୩ ହଜାର ଟଙ୍କା ମଞ୍ଜୁର ହୋଇଥିବା ପ୍ରଶାସନ ସୁତ୍ରରୁ ଜଣାପଡିଛି।ଖଣ୍ଡପଡ଼ା ବିଧାୟକ ଇଂ.ଦୁଷ୍ମନ୍ତ କୁମାର ସ୍ବାଇଁଙ୍କ ପ୍ରଚେଷ୍ଟାକ୍ରମେ ରାଜ୍ଯ ସରକାର ୨ ଟି ବ୍ଲକ ଅଞ୍ଚଳରେ ଷ୍ଟାଡିୟମ ନିର୍ମାଣ ନିମନ୍ତେ ୨୭ କୋଟିରୁ ଊର୍ଦ୍ଧ୍ବ ଅନୁଦାନ ଅର୍ଥ ମଞ୍ଜୁର କରିଥିବାରୁ ସାଧାରଣରେ ଆନନ୍ଦ ପ୍ରକାଶ ପାଇଛି।ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀବାସୀ ଏଥିନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ଖଣ୍ଡପଡ଼ା ବିଧାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି।

Sidha Sambad
Author: Sidha Sambad

Leave a Comment

और पढ़ें