ଜାତୀୟସ୍ତରୀୟ ସଫ୍ଟ ବଲ୍ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ଜିତିଲେ ଓଡ଼ିଶା ଛାତ୍ର

👇समाचार सुनने के लिए यहां क्लिक करें

ଭୁବନେଶ୍ବର, ୧୦ ଫେବୃଆରୀ ୨୦୨୬:

ଛତିଶଗଡ଼ର ବିଳାସପୁରଠାରେ ଆୟୋଜିତ ୬୯ତମ ଜାତୀୟ ବିଦ୍ୟାଳୟ ସମୂହ ୧୭ ବର୍ଷରୁ କମ୍ ସଫ୍ଟ ବଲ୍ ପ୍ରତିଯୋଗିତାରେ ଓଡ଼ିଶାର ଛାତ୍ରମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ଏହି ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଓଡ଼ିଶା ସର୍ବଭାରତୀୟସ୍ତରରେ ବ୍ରୋଞ୍ଜ ପଦକ ହାସଲ୍ କରିପାରିଛି । ପଞ୍ଜାବକୁ ୩/୦ ରନ୍ ରେ ହରାଇ ତୃତୀୟ ସ୍ଥାନରେ ରହି ଏହି ସଫଳତା ହାସଲ୍ କରିଛି ଓଡ଼ିଶା । ଏହି ପ୍ରତିଯୋଗିତା ଫେବୃଆରୀ ୪ ରୁ ୮ ତାରିଖ ଯାଏଁ ଆୟୋଜିତ ହୋଇଥିଲା ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନ ଓଡ଼ିଶା ରାଜ୍ୟ ବିଦ୍ୟାଳୟ କ୍ରୀଡ଼ା ସଂଗଠନ ପକ୍ଷରୁ ମୋଟ୍ 16 ଜଣିଆ ଟିମ୍ ଅଂଶଗ୍ରହଣ କରିଥିଲେ । ଓଡ଼ିଶାର ଏହି ଉଲ୍ଲେଖନୀୟ ପ୍ରଦର୍ଶନ ରାଜ୍ୟର ଯୁବ କ୍ରୀଡ଼ା ପ୍ରତିଭାମାନଙ୍କୁ ଆଗାମୀ ଦିନରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଆହୁରି ସଫଳତା ହାସଲ କରିବା ପାଇଁ ପ୍ରେରଣା ଯୋଗାଇବ ବୋଲି ମତ ପ୍ରକାଶ କରିଛନ୍ତି ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ବିରେନ୍ଦ୍ର କରକରା ।

ଏହି ପ୍ରତିଯୋଗିତାରେ କୋଚ୍ ବିଭୁଦତ୍ତ ରଥଙ୍କ ତତ୍ତ୍ବାବଧାନରେ ଅଧିନାୟକ ରାଜୁ ପୀଡିଷିକା, ଉପ-ଅଧିନାୟକ ତାରିଣୀ ପ୍ରଧାନ, ଜୟନ୍ତ କୁମାର ମହନ୍ତ, ରାଜେଶ ପ୍ରଧାନ, ସୁଜନ ବାସ୍କେ, ସୋନୁ କର୍ତମୀ, ସୌମ୍ୟ ରଞ୍ଜନ ଜେନା, ସୁଦାମ କାର୍ଡ଼କା, ସ୍ୱାଗତ ଡ଼ଙ୍ଗ, ଗୁରୁ ପ୍ରସାଦ ମଲ୍ଲିକ, ପ୍ରଜ୍ଞାନ ସାହୁ, ଅମୁଲ୍ୟ ଦେବନାଥ, ଦିବ୍ୟଜ୍ୟୋତି ଜେନା, ରୁଦ୍ରପ୍ରତାପ ବାରିକ, ଶୁଭାଶିଷ ଦେବନାଥ, ଧର୍ମେନ୍ଦ୍ର ପୀଡିଷିକା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ଓଡ଼ିଶାର ଏହି ଉଲ୍ଲେଖନୀୟ ସଫଳତାରେ ବିଦ୍ୟାଳୟ ଓ ଗଣଶିକ୍ଷା ପକ୍ଷରୁ ସେମାନଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଛି । ଯୁବ ଖେଳାଳୀମାନଙ୍କୁ ଅତିରିକ୍ତ ନିର୍ଦ୍ଦେଶକ ବନ୍ଦନା ମହାପାତ୍ର, ଯୁଗ୍ମ ନିର୍ଦ୍ଦେଶକ ଫୁଲମଣୀ ମୁର୍ମୁ, ସହକାରୀ ନିର୍ଦ୍ଦେଶକ(ଶାରୀରିକ ଶିକ୍ଷା) ଜ୍ୟୋତି ପ୍ରସାଦ ପରିଡ଼ା ଓ ଓସ୍ତାର ସମ୍ପାଦକ ରଞ୍ଜନ କୁମାର ଦାଶ ସ୍ୱାଗତ କରିବା ସହିତ ଶୁଭେଚ୍ଛା ଜଣାଇଛନ୍ତି ।

Sidha Sambad
Author: Sidha Sambad

Leave a Comment

और पढ़ें