୩ ଟି ପର୍ଯ୍ୟଟନସ୍ଥଳୀ ର ବିକାଶ ନେଇ ଶିଳାନ୍ୟାସ କଲେ ବିଧାୟକ I

👇समाचार सुनने के लिए यहां क्लिक करें

ଖଣ୍ଡପଡ଼ା ୧୦|୨ (ସିଧା ସମ୍ବାଦ) ଖଣ୍ଡପଡ଼ା ବ୍ଲକର ସିଙ୍ଘାପଡ଼ା ପଞ୍ଚାୟତ ଅଧୀନ ପରିବେଶ ପର୍ଯ୍ୟଟନସ୍ଥଳୀ ସାରେଣ୍ତା ଟାସେରା, କୋସ୍କା ପଞ୍ଚାୟତ ଅଧୀନ ଯୋଗୀଯୋଗିଆଣୀ ବୌଦ୍ଧ ପୀଠ ସମେତ ଭାପୁର ବ୍ଲକ ଅଧୀନ ହନୁମନ୍ତିଆ ପୀଠର ସାମଗ୍ରିକ ବିକାଶ ନିମନ୍ତେ ଖଣ୍ଡପଡ଼ା ବିଧାୟକ ଇଂ.ଦୁଷ୍ମନ୍ତ କୁମାର ସ୍ବାଇଁଙ୍କ ଦ୍ବାରା ମଙ୍ଗଳବାର ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ରାଜରାଜୁଡ଼ା ଅମଳରୁ ବଣଭୋଜି ପାଇଁ ପ୍ରସିଦ୍ଧି ଲାଭ କରିଥିବା ସାରେଣ୍ତା ଟାସେରାର ବିକାଶ ନିମନ୍ତେ ପ୍ରଥମ ପର୍ଯ୍ୟାୟରେ ୩୩ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ବେଳେ ନୟାଗଡ ଜିଲାର ଏକ ମାତ୍ର ବୌଦ୍ଧ ପୀଠ ଯୋଗିଯୋଗୀଆଣୀ ପୀଠର ଉନ୍ନତିକରଣ ନିମନ୍ତେ ୩୩ ଲକ୍ଷ ଓ ହନୁମନ୍ତିଆ ପୀଠର ବିକାଶ ନିମନ୍ତେ ୩୪ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ଖଣ୍ଡପଡ଼ା ବନାଞ୍ଚଳ ଅଧିକାରୀ ଦିଲ୍ଲୀପ କୁମାର ପଟ୍ଟନାୟକଙ୍କ ଠାରୁ ପ୍ରକାଶ। ଶିଳାନ୍ୟାସ ଉତ୍ସବରେ ସମ୍ମାନିତ ଅତିଥି ଭାବେ ନୟାଗଡ ବନଖଣ୍ଡ ଅଧିକାରୀ ଦେବାର୍ଚ୍ଚନ ବେହେରା, ଏସିଏଫ ହିମାଂଶୁ ଶେଖର ମୁଦୁଲି,ଖଣ୍ଡପଡ଼ା ବ୍ଲକ ଉନ୍ନୟନ ଅଧିକାରୀ ଅଙ୍କୁର ଅଭିଳାଷ,ଏସଡିପିଓ ମଦନ ମୋହନ ପ୍ରଧାନ, ଖଣ୍ଡପଡ଼ା ବ୍ଲକ ସାଂସଦଙ୍କ ପ୍ରତିନିଧି ଚନ୍ଦ୍ରକାନ୍ତ ବଳିଆର ସିଂ,ପୂର୍ବତନ ବନାଞ୍ଚଳ ଅଧିକାରୀ ଶ୍ରୀଧର ପଣ୍ତା, ପୂର୍ବତନ ଜିଲା ପରିଷଦ ସଦସ୍ଯ ରମାକାନ୍ତ ସେଠୀ,ଖଳିସାହି ବିଜେପି ମଣ୍ଡଳ ସଭାପତି ନିର୍ମଳା ବିଶ୍ବାଳ, ସମାଜସେବୀ ପ୍ରକାଶ ଚନ୍ଦ୍ର ପଣ୍ଡା, ଭରତ ବିଶ୍ବାଳଙ୍କ ସମେତ ବିଭିନ୍ନ ପଞ୍ଚାୟତର ଲୋକ ପ୍ରତିନିଧିମାନେ ଯୋଗଦେଇ ଥିଲେ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଉପରୋକ୍ତ ୩ ଟି ପରିବେଶ ପର୍ଯ୍ୟଟନସ୍ଥଳୀର ସାମଗ୍ରିକ ବିକାଶ ହେଲେ ରାଜ୍ଯ ଓ ରାଜ୍ଯ ବାହାରର ପର୍ଯ୍ୟଟକଙ୍କ ସୁଅ ବର୍ଷ ତମାମ ସେଠାକୁ ଛୁଟିବ ବୋଲି ସାଧରଣରେ ଆଲୋଚନା ହେଉଛି

Sidha Sambad
Author: Sidha Sambad

Leave a Comment

और पढ़ें