ଖଣ୍ଡପଡ଼ା ଅଞ୍ଚଳ ରେ ଓଡ଼ିଶା ବନ୍ଦ ପ୍ରଭାବ, ଯାନବାହାନ ଚଳାଚଳ ବନ୍ଦ

👇समाचार सुनने के लिए यहां क्लिक करें

ଖଣ୍ତପଡା ୧୨|୨ (ସିଧା ସମ୍ବାଦ) ଦେଶର ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଗୁରୁବାର ଭାରତ ବନ୍ଦ ଡାକରା ଦିଆଯାଇଥିଲା ବେଳେ ଏହାର ପ୍ରଭାବ ଖଣ୍ଡପଡ଼ା ଅଞ୍ଚଳରେ ପରିଲକ୍ଷିତ ହୋଇଥିଲା। ବନ୍ଦ ଡାକରା ପ୍ରଭାବରେ ଯାନବାହନ ଚଳାଚଳ ସଂପୂର୍ଣ୍ଣ ଭାବେ ବନ୍ଦ ରହିଥିଲା।ଫଳରେ ବିଭିନ୍ନ ସ୍ଥାନକୁ ଯାତାୟତ ନିମନ୍ତେ ଜନସାଧାରଣ ଅସୁବିଧାର ସମ୍ମୁଖୀନ ହୋଇଥିଲେ।କେନ୍ଦ୍ର ସରକାର ନୂତନ କରି ଲାଗୁ କରିଥିବା ଶ୍ରମ ଆଇନ,କୃଷକ ଆଇନ,ମନରେଗା ଆଇନ ସମେତ ଅନ୍ଯ ଆଇନକୁ ତୀବ୍ର ବିରୋଧ କରି ଦେଶର ୧୦ ଟି ପ୍ରମୁଖ ଶ୍ରମିକ ସଂଗଠନ ସମେତ କଂଗ୍ରେସ ଓ ଅନ୍ଯାନ୍ଯ ରାଜନୈତିକ ଦଳ ଏହି ଭାରତ ବନ୍ଦ ଡାକରାକୁ ସମର୍ଥନ ଜଣାଇଥିଲେ। ବିଭିନ୍ନ ଶ୍ରମିକ ସଂଗଠନର ସଦସ୍ଯମାନେ ରାଜରାସ୍ତାକୁ ଓହ୍ଲାଇ ଖଣ୍ଡପଡ଼ା ବ୍ଲକ କାର୍ଯ୍ଯାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଦିନ ତମାମ ଅନ୍ଯ କେତେକ ସ୍ଥାନରେ ହରତାଳ କରିଥିବା ଜଣାପଡିଛି।ସେହିପରି ପ୍ରତ୍ୟେକ ଧାନମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା ସହ ଚାଷୀଙ୍କୁ ଶୋଷଣ କରିବା, ପ୍ରଦୂଷଣ ନାମରେ ଜନସାଧାରଣଙ୍କୁ ହଇରାଣ କରିବା ଆଦି କିଛି ପ୍ରସଙ୍ଗକୁ ନେଇ ଚାଷୀ ସଂଗଠନ ଓ ସାଧାରଣ ଜନତା ଭାରତ ବନ୍ଦ ଡାକରାକୁ ସମର୍ଥନ ଜଣାଇ ଆନ୍ଦୋଳନରେ ସାମିଲ ହୋଇଥିବା ନଜରକୁ ଆସିଥିଲା। ମୋଟାମୋଟି ଭାବେ ଶ୍ରମିକ ସଂଗଠନର ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ସରକାରୀ,ବେସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ଶାଖା ଓ ଏକାଧିକ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକ ବନ୍ଦ ରହିଥିଲା।

Sidha Sambad
Author: Sidha Sambad

Leave a Comment

और पढ़ें