ବସନ୍ତ ପୁର ଗ୍ରାମ ରୁ ଚୋରି ଘଟଣା,ଲୁଟେରାଙ୍କ ଟେର ପାଉନି ପୋଲିସ I

👇समाचार सुनने के लिए यहां क्लिक करें

ଖଣ୍ଡପଡ଼ା ୧୨|୨ (ସିଧା ସମ୍ବାଦ) ଖଣ୍ଡପଡ଼ା ବ୍ଲକର ବନମାଳୀପୁର ପଞ୍ଚାୟତ ଅଧୀନ ବସନ୍ତପୁର ଗ୍ରାମର ୬ ଟି ଘରୁ ଲୁଟେରାମାନେ ଗତ ୮ ତାରିଖ ବିଳମ୍ବିତ ରାତିରେ ଲକ୍ଷାଧିକ ଟଙ୍କାର ସୁନା ଗହଣା ସମେତ ମୂଲ୍ୟବାନ ସାମଗ୍ରୀ ସବୁ କିଛି ଲୁଟି ନେଇଥିଲେ। ଏ ସଂର୍ପକରେ ଫତେଗଡ ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ ଜାରି ରଖିଥିଲେ ହେଁ ଅଦ୍ୟାବଧି ଚୋରୀ ଘଟଣାର ପର୍ଦ୍ଦାଫାସ କରିବାରେ ଫତେଗଡ ପୁଲିସ ବିଫଳ ହୋଇଥିବା ଜଣାଯାଇଛି। ଫତେଗଡ ପୁଲିସ ସାଇନଟିଫିକ ଦଳ ଓ ସନ୍ଧାନୀ କୁକୁର ସହାୟତାରେ ବସନ୍ତପୁର ଗ୍ରାମରେ ପହଞ୍ଚି ଚୋରୀ ଘଟଣାର ଖୋଳତାଡ କରିଥିଲେ ହେଁ ଘଟଣାର ୪ ଦିନ ପରେ ବି ଲୁଟେରାମାନଙ୍କ ସଂର୍ପକରେ କୌଣସି ଟେର ପାଇ ପାରି ନାହିଁ କି ଚୋରୀ ସାମଗ୍ରୀ ଉଦ୍ଧାର କରି ପାରିନାହିଁ।ଏହି ଚୋରୀ ଘଟଣା ପଛରେ ସ୍ଥାନୀୟ ଅଞ୍ଚଳର କିଛି ଅସାମାଜିକ ଯୁବକଙ୍କ ହାତ ଥିବା ନେଇ ପୁଲିସ ସନ୍ଦେହ ପ୍ରକାଶ କରୁଥିଲେ ହେଁ ପୁଲିସ ଆଉ ତଦନ୍ତରେ ପାଦେ ହେଲେ ଆଗେଇ ନଥିବା ଜଣାପଡିଛି। ନୟାଗଡ ଏସପି ଘଟଣାରେ ହସ୍ତକ୍ଷେପ କରିବାକୁ ବସନ୍ତପୁର ଗ୍ରାମବାସୀ ଦାବି କରିଛନ୍ତି।

Sidha Sambad
Author: Sidha Sambad

Leave a Comment

और पढ़ें