ଖଣ୍ଡପଡ଼ା:୧୧ଟି କେନ୍ଦ୍ର ରେ ମାଟ୍ରିକ ପରୀକ୍ଷା ଦେବେ ୧୫୬୯ପରୀକ୍ଷାର୍ଥୀ

👇समाचार सुनने के लिए यहां क्लिक करें

ଖଣ୍ଡପଡ଼ା ୧୨|୨ (ସିଧା ସମ୍ବାଦ) ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ମାଟ୍ରିକ ପରୀକ୍ଷା ଆସନ୍ତା ୧୯ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨ ତାରିଖରେ ଶେଷ ହେବ।ପରୀକ୍ଷା ପରିଚାଳନା ପାଇଁ ଖଣ୍ଡପଡ଼ା ବ୍ଳକ ଶିକ୍ଷାଧିକାରୀଙ୍କ କାର୍ଯ୍ଯାଳୟ ପକ୍ଷରୁ ସମସ୍ତ ପ୍ରସ୍ତୁତିପର୍ବ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥ‌ିବା ବେଳେ ଖଣ୍ଡପଡ଼ା ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟକୁ ନୋଡାଲ କେନ୍ଦ୍ର କରାଯାଇଛି। ପରୀକ୍ଷା ସକାଳ ୯ଟାରୁ ଆରମ୍ଭ ହୋଇ ୧୧.୩୦ ମିନିଟରେ ଶେଷ ହେବ ବୋଲି ଜଣାପଡିଛି।ଖଣ୍ଡପଡ଼ା ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ନୋଡାଲ କେନ୍ଦ୍ର ଅଧୀନରେ ୧୧ ଟି ପରୀକ୍ଷା କେନ୍ଦ୍ର ମଧ୍ଯରୁ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ କୋସକା କେନ୍ଦ୍ରରେ ୯୭,ବଳଦିଆ ନୂଆଗାଁ ଉଚ୍ଚ ବିଦ୍ୟାଳୟ କେନ୍ଦ୍ରରେ ୧୩୬,ବନମାଳୀପୁର ଉଚ୍ଚ ବିଦ୍ୟାଳୟରେ ୧୬୦, ଗୋକୁଳାନନ୍ଦଜୀଉ ଉଚ୍ଚବିଦ୍ୟାଳୟ କେନ୍ଦ୍ରରେ ୧୫୮,କଣ୍ଟିଲୋ କୁଞ୍ଜ ବିହାରୀ ବାଳିକା ଉଚ୍ଚ ବିଦ୍ୟାଳୟ କେନ୍ଦ୍ରରେ ୧୨୪,ଲିଙ୍ଗରାଜ ଉଚ୍ଚ ବିଦ୍ୟାଳୟ ଖଳିସାହି କେନ୍ଦ୍ରରେ ୧୧୬, ନୀଳମାଧବ ଉଚ୍ଚ ବିଦ୍ୟାଳୟ କଣ୍ଟିଲୋ କେନ୍ଦ୍ରରେ ୧୨୬,ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ନୋଡାଲ କେନ୍ଦ୍ରରେ ୨୦୦,ରାମଚଣ୍ଡୀ ଉଚ୍ଚ ବିଦ୍ୟାଳୟ ନଟବରପୁରଶାସନ କେନ୍ଦ୍ରରେ ୧୫୦,ଶିଖରପୁର ଉଚ୍ଚ ବିଦ୍ୟାଳୟ କେନ୍ଦ୍ରରେ ୧୭୬,ତନ୍ତୁବାୟ ସମବାୟ ଉଚ୍ଚ ବିଦ୍ୟାଳୟ ବାଇଗୁଣିଆଁ କେନ୍ଦ୍ରରେ ୧୨୬ ଜଣ ଏହିପରି ସର୍ବମୋଟ ୧୫୬୯ ଜଣ ପରିକ୍ଷାର୍ଥୀ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେବେ ବୋଲି ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ନୋଡାଲ କେନ୍ଦ୍ରର ପ୍ରଧାନଶିକ୍ଷୟତ୍ରୀ ତଥା କେନ୍ଦ୍ର ସୁପରିଟେଣ୍ଡେଣ୍ଟ ଲିପସା ନନ୍ଦଙ୍କ ଠାରୁ ପ୍ରକାଶ।

Sidha Sambad
Author: Sidha Sambad

Leave a Comment

और पढ़ें