୨୨ତମ ରାଜ୍ୟ ସ୍ତରୀୟ ଫୁଟୁବଲ ଟୁନାମେଣ୍ଟ ର ଦିତୀୟସେମି ଫାଇନାଲ ରେ ସାନ କ୍ଳବ୍ ଭୁବନେଶ୍ବର ବିଜଇ

👇समाचार सुनने के लिए यहां क्लिक करें

ରଣପୁର ( ସିଧା ସମ୍ବାଦ), ତା ୧୩/୦୨/୨୦୨୬, ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ ରାଜ ସୁନାଖଳା ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ , ନୟାଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ୨୨ ତମ ରାଜ୍ୟସ୍ତରୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ସେମିଫାଇନାଲରେ ସାନ୍ କ୍ଳବ୍ ଭୁବନେଶ୍ୱର ଓ ବଜରଙ୍ଗ ଦଳ ଭୁବନେଶ୍ବର ମଧ୍ୟରେ କଡ଼ା ଟକରରେ ଖେଳ ହୋଇ ଯାଇଛି । ଖେଳ ସମୟ ମଧ୍ୟରେ କେହି କାହା ଉପରେ ଗୋଲ ଦେଇ ପାରିନଥିଲେ, ଫଳ ସ୍ୱରୂପ , ପେଣ୍ଡାଲଟିକ୍ ଗୋଲ ଖେଳା ଯାଇ , ସାନ କ୍ଳବ୍ ଭୁବନେଶ୍ୱର ୧/୦ ଗୋଲରେ ଆଗୁଆ ରହି ଫାଇନାଲ କୁ ପ୍ରବେଶ କରି ଥିବା ଜଣା ପଡିଛି। ଖେଳାଳୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ମୂଖ୍ୟ ଅତିଥି ନୟାଗଡ ବିଧାୟକ ଡକ୍ଟର ଅରୁଣ ସାହୁ, ସମ୍ମାନୀତ ଅତିଥି ମାନେ ବୋଲଗଡ଼ ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ, ପୂର୍ବତନ ବିଧାୟକ ରଣପୁର ସତ୍ୟ ନାରାୟଣ ପ୍ରଧାନ, ପୂର୍ବତନ ବିଧାୟକ ବୋଲଗଡ ବେଗୁନିଆ ରାଜେନ୍ଦ୍ର ପ୍ରସାଦ ସାହୁ, ବଡ଼ କୁମ୍ଭାରୀ ପଞ୍ଚାୟତ ସରପଂଚ ପ୍ରଫୁଲ୍ଲ ପ୍ରଧାନ, କଂଗ୍ରେସ ନେତା ବିଭୁ ପ୍ରସାଦ ମିଶ୍ର, ପୃଥିବୀ ବଲ୍ଲଭ ପଟ୍ଟନାୟକ, ଗଣେଶ୍ୱର ମହାପାତ୍ର, ପ୍ରମୁଖ ଉପସ୍ଥିତ ରହି କମିଟି ସଦସ୍ୟ ମାନଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ଭର୍ଦ୍ଧିତ କରିଥିଲେ । ଖବର ଅନୁସାରେ ଈଂ ଦେବାଶିଷ ପଟ୍ଟନାୟକ ଖେଳ ଆରମ୍ଭରୁ ପ୍ରତ୍ୟେକ ଦିନ ଉପସ୍ଥିତ ରହି ଖେଳାଳୀ ତଥା କମିଟି ସଦସ୍ୟ ମାନଙ୍କୁ ଉତ୍ସାହିତ କରି ଆସୁଛନ୍ତି। ଫ୍ରେଣ୍ଡସ ସ୍ପୋର୍ଟସ କ୍ଳବ୍ ସଭାପତି ପୂର୍ଣ୍ଣ ଚନ୍ଦ୍ର ନାୟକ, ସମ୍ପାଦକ ଫକିରୁଧିନ ବେଗ, ଜଗନ୍ ନାୟକ, ସମ୍ବିତ ସାହୁ ସମେତ ସମସ୍ତ ଖେଳ କମିଟିର ସଦସ୍ୟ ମାନଙ୍କ ସହଯୋଗରେ ଶାନ୍ତି ଶୃଙ୍ଖଳାର ସହ ଦ୍ୱିତୀୟ ସେମିଫାଇନାଲ ଶେଷ ହୋଇ ଯାଇଛି । ପ୍ରାୟ ତିନି ହଜାରରୁ ଉର୍ଦ୍ଧ୍ବ ଦର୍ଶକଙ୍କ ସମାଗମ ଦେଖିବାକୁ ମିଳିଥିଲା ।

Sidha Sambad
Author: Sidha Sambad

Leave a Comment

और पढ़ें