ବୋଲଗଡ ତା-୧୩/୨) ବୋଲଗଡ ବ୍ଲକ ଖଙ୍ଗରିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସଂପୁର ସ୍ଥିତ ହରିରାଜପୁର ପ୍ରାଥମିକ ବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଡାକ ମେଳା କାର୍ଯ୍ୟକ୍ରମ ସଂପୁର ଶାଖା ଡାକପାଳ ଶରତ କୁମାର ପରିଡ଼ଙ୍କ ଆବାହକତ୍ୱରେ ଓ ଖୋର୍ଦ୍ଧା ଜିଲ୍ଲା ସହ ଡାକ ଅଧିକ୍ଷକ ଦେବଦତ୍ତ ଜେନାଙ୍କ ସଭାପତିତ୍ୱରେ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ସହ ଡାକପାଳ ଭାସ୍କର ଚନ୍ଦ୍ର ବେହେରା,ଦୀପ୍ତି ରଞ୍ଜନ ପାଇକରାୟ,ପ୍ରଶାନ୍ତ କୁମାର ପାଇକରାୟ,ମିଳନ କୁମାର ସାହୁ ଏବଂ ସ୍ଥାନୀୟ ଜନ ପ୍ରତିନିଧି ମାନେ ପ୍ରମୁଖ ଯୋଗଦେଇ ଡାକ ବିଭାଗର ବିଭିନ୍ନ ଜନ ହିତକର ଯୋଜନା ଯଥା -ସୁ କନ୍ୟା ଯୋଜନା, ଡାକ ଜୀବନ ବୀମା, ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା, କିଷାନ ବିକାଶ ପତ୍ର,ଜାତୀୟ ସଞ୍ଚୟ ପ୍ରମାଣ ପତ୍ର,ଇ -ଶ୍ରମ ସରକାରୀ ସହାୟତା,ଦୀର୍ଘ ମିଆଦି ଜମା ସମେତ ଡିଜିଟାଲ ବ୍ୟାଙ୍କିଙ୍ଗିରେ ଆଧାର ସେବା ଆଦି ବିଭିନ୍ନ ଯୋଜନା ଗୁଡିକ ବିଷୟରେ ଜନସାଧାରଣ ମାନଙ୍କୁ ବୁଝାଇଥିଲେ I ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଉପ ଡାକ ମଣ୍ଡଳ, ବୋଲଗଡ ବ୍ଲକ ଉପ ଡାକଘର ଅନ୍ତର୍ଗତ ସମସ୍ତ ଶାଖାର ଡାକ ପାଳ, ସ୍ଥାନୀୟ ଅଞ୍ଚଳର ଶତାଧିକ ମହିଳାମାନଙ୍କ ସମେତ ବହୁ ଜନ ସାଧାରଣମାନେ ଯୋଗଦେଇ ଥିଲେ I



