ନୂଆ ଗଡିଆସାହି ଗୋଷ୍ଠୀ କେନ୍ଦ୍ର ରେ ରୋଗି କଲ୍ୟାଣ ସମିତି ବୈଠକ I

👇समाचार सुनने के लिए यहां क्लिक करें

ଖଣ୍ଡପଡ଼ା ୧୪ |୨ (ସିଧା ସମ୍ବାଦ) ଖଣ୍ଡପଡ଼ା ବ୍ଲକ ଅଧୀନ ନୂଆ ଗଡ଼ିଆସାହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ରୋଗୀ କଲ୍ୟାଣ ସମିତି ବୈଠକ ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡ.ଅଭିସାର ପଣ୍ଡାଙ୍କ ପୌରହିତ୍ଯରେ ଅନୁଷ୍ଠିତ ହୋଇଯାଇଛି।ଖଣ୍ଡପଡ଼ା ବିଧାୟକ ଇଂ ଦୁଷ୍ମନ୍ତ କୁମାର ସ୍ବାଇଁ ମୁଖ୍ଯ ଅତିଥି ଓ ସମ୍ମାନିତ ଅତିଥି ଭାବେ ବ୍ଲକ ଉନ୍ନୟନ ଅଧିକାରୀ ଅଙ୍କୁର ଅଭିଳାଷ, ଖଣ୍ଡପଡ଼ା ବ୍ଲକ ସାଂସଦଙ୍କ ପ୍ରତିନିଧି ଚନ୍ଦ୍ରକାନ୍ତ ବଳିଆର ସିଂ,ଯୁବ ସମାଜସେବୀ ପ୍ରକାଶ ଚନ୍ଦ୍ର ପଣ୍ଡା, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ଯ ରମାକାନ୍ତ ସେଠୀ ପ୍ରମୁଖ ଯୋଗଦେଇ ସ୍ବାସ୍ଥ୍ୟକେନ୍ଦ୍ରର ବିଭିନ୍ନ ସମସ୍ୟା ଓ ତାହାର ସମାଧାନ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ସ୍ବାସ୍ଥ୍ୟକେନ୍ଦ୍ରର ଉନ୍ନତିକରଣ ଓ ବିଗତ ବର୍ଷର ବିଭିନ୍ନ ବାବଦ ଅନୁଦାନ ଅର୍ଥ ବିନିଯୋଗ ନେଇ ବୈଠକରେ ଆଲୋଚନା ହୋଇଥିଲା।ସେହିପରି ସରକାରଙ୍କ ପକ୍ଷରୁ ମଞ୍ଜୁର ଅନୁଦାନ ଅର୍ଥ ଆଗାମୀବର୍ଷ କେଉଁ ବାବଦରେ ବ୍ୟୟ ହେବ ସେ ସଂର୍ପକରେ ବିଧାୟକ ମତ ରଖିଥିଲେ।ନୂଆ ଗଡିଆସାହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଖାଲି ପଡିଥିବା ଡାକ୍ତର ପଦବୀଗୁଡ଼ିକ ପୁରଣ ସହ ଅନ୍ଯାନ୍ଯ ସମସ୍ଯା ଗୁଡ଼ିକ ପୁରଣ ନେଇ ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡ ଅଭିଷାର ପଣ୍ଡା ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।ସମୟାନୁକ୍ରମେ ସ୍ବାସ୍ଥ୍ୟ କେନ୍ଦ୍ରର ସମସ୍ତ ସମସ୍ୟା ସମାଧାନ ଦିଗରେ ସେ ସ୍ବତନ୍ତ୍ର ଭାବେ ଧ୍ୟାନ ଦେବେ ବୋଲି ବିଧାୟକ ପ୍ରତିଶୃତି ଦେଇଥିଲେ।

Sidha Sambad
Author: Sidha Sambad

Leave a Comment

और पढ़ें