ବେଣା ଗାଡିଆ ଗ୍ରାମ ରେ ନିଶାଦ୍ରବ୍ୟ ର ବନ୍ଦ ନେଇ ମହିଳା ଙ୍କ ଆନ୍ଦୋଳନ I

👇समाचार सुनने के लिए यहां क्लिक करें

ଖଣ୍ଡପଡ଼ା ୧୪|୨ (ସିଧା ସମ୍ବାଦ) ଖଣ୍ଡପଡ଼ା ବ୍ଲକ ଅଧୀନ ବେଣାଗାଡିଆ ଗ୍ରାମରେ ନିଶାଦ୍ରବ୍ୟର ଅବାଧ କାରବାର ବନ୍ଦ ନେଇ ଶନିବାର ରାଜରାସ୍ତାକୁ ଓହ୍ଲାଇ ହରତାଳ କରିଥିଲେ ୩୦୦ ରୁ ଊର୍ଦ୍ଧ୍ବ ମହିଳା।ମହିଳାମାନେ ନିଶାଦ୍ରବ୍ୟର କାରବାର ଚଳାଇଥିବା ବ୍ୟବସାୟୀମାନଙ୍କୁ କଡା ଚେତାବନୀ ଦେବା ସହ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରି ସାଧାରଣରେ ସଚେତନତା ସୃଷ୍ଟି କରିଥିଲେ। ବେଣାଗାଡିଆ ଗ୍ରାମବାସୀଙ୍କ ସୁତ୍ରରୁ ମିଳିଥିବା ସୂଚନାନୁଯାୟୀ ବର୍ଷ ବର୍ଷ ଧରି ଗ୍ରାମର କିଛି ଅସାଧୁ ବ୍ୟବସାୟୀ ଚୋରାରେ ଦେଶୀ ଓ ବିଦେଶୀ ମଦ ସାଙ୍ଗକୁ ଗଞ୍ଜେଇ କାରବାରରେ ଲିପ୍ତ ଥିବା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ସମୟରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ସହ ଯୁବକମାନେ ପଥଭ୍ରଷ୍ଟ ହୋଇ ବିପଥଗାମୀ ହେଉଥିବା ସ୍ଥାନୀୟ ବାସିନ୍ଦାଙ୍କ ସୁତ୍ରରୁ ଜଣାପଡିଛି।ଖଣ୍ଡପଡ଼ା ପୋଲିସ ପ୍ରଶାସନ ଓ ଅବକାରୀ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ଏ ସଂର୍ପକରେ ଅବଗତ ଥିଲେ ହେଁ ବାରମ୍ବାର ଅଭିଯୋଗ ସତ୍ବେ ମଧ୍ଯ ବିଭାଗୀୟ ଅଧିକାରୀମାନେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ଏହାର ପ୍ରତିବାଦରେ ମହିଳାମାନେ ଆନ୍ଦୋଳନକୁ ଓହ୍ଲାଇ ହରତାଳ କରିଥିବା ଜଣାଯାଇଛି।ଖଣ୍ଡପଡ଼ାରୁ କଣ୍ଟିଲୋକୁ ସଂଯୋଗ କରୁଥିବା ରାସ୍ତାର ବେଣାଗାଡିଆ ଗ୍ରାମ ଠାରେ ମହିଳାମାନେ ନିଶାଦ୍ରବ୍ୟର କାରବାରକୁ ନା’ ନାରା ଦେଇ ଆନ୍ଦୋଳନକୁ ଓହ୍ଲାଇ ଥିବା ବେଳେ ବିଭିନ୍ନ ମହଲରୁ ଆନ୍ଦୋଳନକୁ ସମର୍ଥନ ମିଳିଥିବା ଜଣାଯାଇଛି।ବେଣାଗାଡିଆ ଗ୍ରାମରେ ନିଶାଦ୍ରବ୍ୟର କାରବାର ଚଳାଇଥିବା ଅନେକ ମାଫିଆ ଓ ଅସାମାଜିକ ବ୍ୟକ୍ତି ଖଣ୍ଡପଡ଼ା ବିଧାୟକଙ୍କ ଖାସ ଅନୁଗତ ଅଟନ୍ତି ବୋଲି ବେଣାଗାଡିଆ ଗ୍ରାମବାସୀଙ୍କ ସୁତ୍ରରୁ ଜଣାପଡିଛି।ଆଗାମୀ ଦିନରେ ବେଣାଗାଡିଆ ଗ୍ରାମରେ ନିଶାଦ୍ରବ୍ୟର ଅବାଧ କାରବାର ଉପରେ ପ୍ରଶାସନ ରୋକ ନ ଲଗାଇଲେ ମହିଳାମାନେ ପୁର୍ନବାର ଆନ୍ଦୋଳନକୁ ଓହ୍ଲାଇ ରାସ୍ତାରୋକ ଆନ୍ଦୋଳନ କରିବା ସହ ଆବଶ୍ୟକ ପଡିଲେ ଖଣ୍ଡପଡ଼ା ଥାନା ଓ ଅବକାରୀ ବିଭାଗ କାର୍ଯ୍ଯାଳୟ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି।

Sidha Sambad
Author: Sidha Sambad

Leave a Comment

और पढ़ें