ମିଥ୍ୟା ଖବର ପ୍ରକାଶନ ସମ୍ପର୍କରେ ସ୍ପଷ୍ଟୀକରଣ

👇समाचार सुनने के लिए यहां क्लिक करें

ଭୁବନେଶ୍ବର, ୧୬-୦୨-୨୦୨୬
କମିଶନଙ୍କ ଦୃଷ୍ଟିକୁ ଆସିଛି ଯେ ଦୈନିକ ଖବରକାଗଜ ‘ସମ୍ବାଦ, ଭୁବନେଶ୍ୱର ସଂସ୍କରଣର ପ୍ରଥମ ପୃଷ୍ଠାରେ ୧୬.୦୨.୨୦୨୬ ତାରିଖରେ ପ୍ରକାଶିତ ଖବରରେ ରାଜ୍ୟ ସୂଚନା କମିଶନ ତାଙ୍କ କାର୍ଯ୍ୟାଳୟରେ ହୋଇଥିବା ନବୀକରଣ କାର୍ଯ୍ୟ ସମ୍ପର୍କରେ ସୂଚନା ଦେବାକୁ ମନା କରିଛନ୍ତି ବୋଲି ଉଲ୍ଲେଖ ରହିଛି । ଏହି ଖବରଟି ମିଥ୍ୟା ଏବଂ ବିଭ୍ରାନ୍ତିକର ବୋଲି ରାଜ୍ୟ ସୂଚନା କମିଶନଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
ଏହି ଖବର ଉପରେ ପ୍ରତିକ୍ରିୟା ଦେଇ ସୂଚନା କମିଶନଙ୍କ ପକ୍ଷରୁ କୁହାଯାଇଛି ଯେ ଆବେଦନକାରୀ ୨୬.୦୫.୨୦୨୫ ତାରିଖର ଆବେଦନ ମାଧ୍ୟମରେ ସୂଚନା ମାଗିଥିଲେ ଏବଂ ପିଆଇଓ ୧୯.୦୬.୨୦୨୫ ତାରିଖରେ ଆବେଦନକାରୀଙ୍କୁ ଅବଗତ କରି, ତାଙ୍କ ଆବେଦନକୁ ପବ୍ଲିକ୍‌ ୱାର୍କସ୍‌ ଡିଭିଜନ, ଭୁବନେଶ୍ୱରକୁ ଟ୍ରାନ୍ସଫର କରିଥିଲେ । ଆବେଦନକାରୀ କମିଶନଙ୍କ ସମ୍ମୁଖରେ ପ୍ରଥମ ଅପିଲ୍‌ ଦାଖଲ କରିଥିଲେ ଯାହା ପିଆଇଓଙ୍କ ନିଷ୍ପତ୍ତିକୁ ସମର୍ଥନ
କରିଥିଲା । କମିଶନଙ୍କ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି ଯେ କମିଶନର ସମସ୍ତ ନିର୍ମାଣ ଓ ନବୀକରଣ କାର୍ଯ୍ୟ ପବ୍ଲିକ୍‌ ୱାର୍କସ୍‌ ଡିପାର୍ଟମେଣ୍ଟ ଦ୍ୱାରା କରାଯାଏ ଏବଂ ଏଥି ପାଇଁ ବ୍ୟୟ ଅର୍ଥ ୱାର୍କସ ଡିପାର୍ଟମେଣ୍ଟ ବହନ କରିଥାଏ । ତେଣୁ ସମସ୍ତ ସମ୍ବନ୍ଧିତ ସୂଚନା କେବଳ ପବ୍ଲିକ୍‌ ୱାର୍କସ୍‌ ଡିପାର୍ଟମେଣ୍ଟ ପାଖରେ ଉପଲବ୍ଧ । ଧାରା ୮(୧)(j) ଅନୁଯାୟୀ କମିଶନ ଏହି ସମ୍ବନ୍ଧୀୟ କୌଣସି ସୂଚନାକୁ ମନା କରିନାହାଁନ୍ତି ।

Sidha Sambad
Author: Sidha Sambad

Leave a Comment

और पढ़ें