ଖଣ୍ଡପଡ଼ା ୨୦|୨ (ସିଧା ସମ୍ବାଦ) ଖଣ୍ଡପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ଯାଳୟ ପକ୍ଷରୁ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ଯାଦେଶ ପ୍ରଦାନରେ ଅହେତୁକ ବିଳମ୍ବକୁ ନେଇ ଆଶାୟୀଙ୍କ ମଧ୍ଯରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।ଏନଏସି କର୍ତ୍ତୃପକ୍ଷ ଆବାସ ଯୋଜନାରେ କାର୍ଯ୍ଯାଦେଶ ବଣ୍ଟନ ନିମନ୍ତେ ମାସ ପରେ ମାସ ଘତ ଏକ ବର୍ଷ ଧରି ଗଡେଇ ଚାଲିଥିବାରୁ ଆଶାୟୀଙ୍କ ମଧ୍ଯରେ ନୈରାଶ୍ଯ ଭାବ ସୃଷ୍ଟି ହୋଇଛି। ତେଣୁ ଏଥିପ୍ରତି ଖଣ୍ଡପଡ଼ା ଏନଏସି ଅଧ୍ୟକ୍ଷା ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଦୃଷ୍ଟି ଦେବାକୁ ସହରବାସୀ ଦାବି କରିଛନ୍ତି। ନୟାଗଡ ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ସହରବାସୀ ଦାବି କରିଛନ୍ତି। ଏନଏସି କାର୍ଯ୍ଯନିର୍ବାହୀ ଅଧିକାରୀ ଅଭିଷେକ ମିଶ୍ରଙ୍କୁ ଏ ସଂର୍ପକରେ ପଚାରିବାରେ ଖୁବଶୀଘ୍ର ଆବାସ ଯୋଜନାରେ ଯୋଗ୍ଯ ହିତାଧିକାରୀଙ୍କ ତାଲିକା ପ୍ରକାଶ ସହ କାର୍ଯ୍ଯାଦେଶପତ୍ର ବଣ୍ଟନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।






