ବିଏସଏଫ ଯବାନ ବିକାଶ କୁ ସମ୍ବର୍ଦ୍ଧିତ କଲେ ଗ୍ରାମବାସୀ I

👇समाचार सुनने के लिए यहां क्लिक करें

ଖଣ୍ଡପଡା ୨୦|୨ (ସିଧା ସମ୍ବାଦ) ଖଣ୍ଡପଡ଼ା ବ୍ଲକ ଅଧୀନ କୁମ୍ଭାରପଡା ଗ୍ରାମର ଉଦୀୟମାନ ଯୁବକ ବିକାଶ ବେହେରା (୨୪) ଇତି ମଧ୍ଯରେ ବିଏସଏଫରେ ଯୋଗ ଦେଇ ଦେଶ ମାତୃକାର ସେବା କରିବା ପାଇଁ ଆଗେଇ ଆସିଥିବା ଜଣାପଡିଛି।ସ୍ଥାନୀୟ ଗ୍ରାମବାସୀ ,ବାବା ସାହେବ ଚାରିଟେବୁଲ ଟ୍ରଷ୍ଟର ପ୍ରତିଷ୍ଠାତା ବିଜୟ କୁମାର ସେଠୀଙ୍କ ସମେତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବିଏସଏଫ ଯବାନ ବିକାଶଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିବା ଜଣାଯାଇଛିI ବାଲ୍ୟକାଳରୁ ଅନେକ କିଛି ବାଧାବିଘ୍ନକୁ ସାମନା କରି ଆସିଥିବା ବିକାଶ ନିଜର ପ୍ରଚେଷ୍ଟା ବଳରେ ସୀମା ସୁରକ୍ଷା ବାହିନୀରେ ଯୋଗ ଦେଇ ଅଞ୍ଚଳବାସୀଙ୍କ ପାଇଁ ଗୌରବ ଆଣିବା ସହ ଆଜିର ଯୁବ ସମାଜ ପାଇଁ ପ୍ରେରଣାର ଉତ୍ସ ପାଲଟିଥିବା ବେଳେ ବିକାଶ କୁମ୍ଭାରପଡା ଗ୍ରାମର ବଂଶୀଧର ବେହେରାଙ୍କ ପୁଅ ବୋଲି ଜଣାପଡିଛି।ବିଭିନ୍ନ ମହଲରୁ ବିକାଶଙ୍କ ନିକଟକୁ ଏବେ ଅଭିନନ୍ଦନ ଓ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି।

Sidha Sambad
Author: Sidha Sambad

Leave a Comment

और पढ़ें