ଆଜି ତା ୨୧.୦୨.୨୬ ରିଖ ଶନିବାର ଦିନ (ସିଧା ସମ୍ବାଦ)
ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ପରିଚାଳନା ସମିତି ସଭାପତି ଶ୍ରୀଯୁକ୍ତ ଅଭିମନ୍ୟୁ ନାୟକଙ୍କର କର କମଳରେ ଦୀପ ପ୍ରଜ୍ଵଳନ କରି ଉଦ୍ଘାଟନ କରାଯାଇଥିଲା । ବନ୍ଦନା ପରେ ବିଦ୍ୟାଳୟର ଆଧାର ସ୍ତର ପ୍ରମୁଖା ଶ୍ରୀମତୀ ଟୁନି ଦେଇ ଅତିଥି ଅଧିକାରୀଙ୍କ ପରିଚୟ ପ୍ରଦାନ କରିଥିଲେ। ଶିଶୁ ଭାଇଭଉଣୀ ମାନଙ୍କ ଦ୍ଵାରା ସ୍ବାଗତ ସଙ୍ଗୀତ ଓ ସାମୂହିକ ନୃତ୍ୟ ପରିବେଷଣ କରାଯାଇଥିଲା ।
ମୁଖ୍ୟ ଅତିଥି ଶ୍ରୀମତୀ ସରୋଜିନୀ ସାହୁ ( ଅଙ୍ଗନୱାଡ଼ି କର୍ମୀ)ଶିଶୁର ଶାରୀରିକ ଓ ମାନସିକ ଆବଶ୍ୟକତା, ପରିବାରର ଆହାର ଓ ବିହାର ବିଷୟରେ ଅଭିଭାବକ ମାନଙ୍କୁ ବିସ୍ତୃତ ରୂପେ ବୁଝାଇ ଥିଲେ । ପ୍ରୟୋଗିକରେ ଶିଶୁର ଖାଦ୍ୟ ଓ ଶିଶୁର ଆବେଗ ବିଷୟରେ ଗୁରୁମା ଶିଶୁ ଭାଇଭଉଣୀ ଙ୍କୁ ନେଇ କାଳାଂଶ କରିଥିଲେ ,ପ୍ରଶ୍ନମଞ୍ଚ, ଗୃହକାର୍ଯ୍ୟ ଦିଆଯାଇଥିଲା। ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। କଲ୍ୟାଣ ମନ୍ତ୍ର ପରେ ସମସ୍ତ ଅଭିଭାବିକା ପ୍ରଦର୍ଶନୀ ଚାର୍ଟ ବୁଲି ଦେଖିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା ସମିତି ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ଶିଶୁବଟିକା ପ୍ରମୁଖା ଟୁନି ଦେଇଙ୍କ ସଂଯୋଜନା ରେ ପ୍ରାତଃ ପର୍ଯ୍ୟାୟର ସମସ୍ତ ଗୁରୁଜୀ ଗୁରୁମା ଓ ସେବକ ସେବିକା ମାନଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ୬୦ଜଣ ଅଭିଭାବକ / ଅଭିଭାବିକା ଓ ଶିଶୁ ଭାଇଭଉଣୀ ଉପସ୍ଥିତ ଥିଲେ ।




