ମାଟ୍ରିକ ପରୀକ୍ଷାରେ ୨୦ପରିକ୍ଷାର୍ଥୀଅନୁପସ୍ଥିତ I

👇समाचार सुनने के लिए यहां क्लिक करें

ଖଣ୍ଡପଡ଼ା ୨୧|୨ (ସିଧା ସମ୍ବାଦ)ମାଧ୍ଯମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ମାଟ୍ରିକ ପରୀକ୍ଷାର ୨ୟ ଦିବସରେ ଖଣ୍ଡପଡ଼ା ବ୍ଲକ ଅଞ୍ଚଳର ବିଭିନ୍ନ କେନ୍ଦ୍ରରେ ୨୦ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିବା ଜଣାପଡିଛି।ଖଣ୍ଡପଡ଼ା ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ନୋଡାଲ କେନ୍ଦ୍ର,ବନମାଳୀପୁର ଉଚ୍ଚ ବିଦ୍ୟାଳୟ, କଣ୍ଟିଲୋ କୁଞ୍ଜ ବିହାରୀ ବାଳିକା ଉଚ୍ଚ ବିଦ୍ୟାଳୟ,ସିଧାମୂଳା ଉଚ୍ଚ ବିଦ୍ୟାଳୟ କେନ୍ଦ୍ରରେ ଜଣେ ଲେଖାଁଏ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିବା ବେଳେ ବାଇଗୁଣିଆ ଓ ଖଳିସାହି କେନ୍ଦ୍ରରେ ୨ଜଣ ଲେଖାଁଏ, ବଳଦିଆ ନୂଆଗାଁ କେନ୍ଦ୍ରରେ ୩ ଜଣ,କୋସକା କେନ୍ଦ୍ରରେ ୪ ଓ ରାମଚଣ୍ତୀ ଉଚ୍ଚ ବିଦ୍ୟାଳୟ କେନ୍ଦ୍ରରେ ୫ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିବା ଖଣ୍ଡପଡ଼ା ନୋଡାଲ କେନ୍ଦ୍ରର ସୁପରିଟେଣ୍ଡେଣ୍ଟ ତଥା ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ଲିପସା ନନ୍ଦଙ୍କ ଠାରୁ ପ୍ରକାଶ। ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପରୀକ୍ଷା କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା ବେଳେ ଶାନ୍ତିଶୃଙ୍ଖଳାର ସହ ୨ୟ ଦିବସ ପରୀକ୍ଷା ଶେଷ ହୋଇଥିବା ଜଣାପଡିଛି।

Sidha Sambad
Author: Sidha Sambad

Leave a Comment

और पढ़ें