ବିଜେଡି ଛାଡ଼ି ବିଜେପିରେ ସାମିଲ ଧ୍ୟକ୍ଷଙ୍କ ସମେତ ୮ କାଉନ୍‌ସିଲର ଓ ଏନ୍‌ଏସିର ବହୁ ସଦସ୍ୟ I

👇समाचार सुनने के लिए यहां क्लिक करें

ନୂଆପଡ଼ା : ବିଜେଡି ଛାଡ଼ି ବିଜେପିରେ ସାମିଲ ହେଲେ ନୂଆପଡ଼ା ଏନ୍‌ଏସି ଅଧ୍ୟକ୍ଷ ଆଦମ୍ ଖାନ। ଅଧ୍ୟକ୍ଷଙ୍କ ସମେତ ୮ କାଉନ୍‌ସିଲର ଓ ଏନ୍‌ଏସିର ବହୁ ସଦସ୍ୟ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦେଲେ।
ମିଶ୍ରଣ ଦ୍ୱାରା ନୂଆପଡ଼ା ଜିଲ୍ଲାରେ ବିଜେପି ସଂଗଠନ ଅଧିକ ସୁଦୃଢ଼ ହୋଇପାରିଛି ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି। ନୂଆପଡ଼ା ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏହି ମିଶ୍ରଣ ପର୍ବରେ ନୂଆପଡ଼ା ଏନ୍‌ଏସି ଅଧ୍ୟକ୍ଷ ଆଦମ୍ ଖାନ ବିଜେଡି ଛାଡ଼ି ଆନୁଷ୍ଠାନିକଭାବେ ବିଜେପିରେ ଯୋଗଦେଇଛନ୍ତି। ଆଦମ୍ ଙ୍କ ସହ କାଉନ୍‌ସିଲର ଧର୍ମରାଜ ସବାର, ସଂଗୀତା ପରେଖ, ଥାନେଶ୍ୱରୀ ସାହୁ, ଶିବାନନ୍ଦ ପାତ୍ର, ଧନେଶ୍ୱରୀ ବିମଳ ସାହୁ, ରାନୁ ସାହୁ, ମଳୟ ରଞ୍ଜନ ମଣ୍ଡଳ, ଭଗବତୀ ଦଣ୍ଡସେନାଙ୍କ ସହ ଏକାଧିକ ବିଜେଡ଼ି କର୍ମୀ ବିଜେପିରେ ସାମିଲ ହୋଇଛନ୍ତି।
 ମନମୋହନ ସାମଲ ସେମାନଙ୍କୁ ଉତ୍ତରୀୟ ଓ ଦଳୀୟ ଟୋପି ପିନ୍ଧାଇ ସ୍ୱାଗତ ଜଣାଇଥିଲେ। ଏହି ଅବସରରେ ସାଂସଦ ମାଳବିକା ଦେଓ, ବିଧାୟକ ଜୟ ଢ଼ୋଲକିଆ, ଖରିଆରୋଡ ଏନ୍‌ଏସି ଅଧ୍ୟକ୍ଷା ସୋନିଆ ଜୈନ, ନୂଆପଡ଼ା ଜିଲ୍ଲା ସଭାପତି କମଳେଶ ଦିକ୍ଷୀତ, ବରିଷ୍ଠ ନେତା ଅଭିନନ୍ଦନ ପଣ୍ଡା, ପ୍ରସନ୍ନ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ।

Sidha Sambad
Author: Sidha Sambad

Leave a Comment

और पढ़ें