ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ନିର୍ଦ୍ଦେଶ ସତ୍ତ୍ବେ ମଧ୍ୟ ରତନପୁର ଗ୍ରାମ କୁ ରାସ୍ତା ନିର୍ମାଣ ରେ ବିଳମ୍ବ ନେଇ ଜନ ଅସନ୍ତୋଷ

👇समाचार सुनने के लिए यहां क्लिक करें

ଖଣ୍ଡପଡ଼ା ୨୪|୨ (ସିଧା ସମ୍ବାଦ) ଖଣ୍ଡପଡ଼ା ବ୍ଲକ ଅଧୀନ ବଡବାଣପୁର ପଞ୍ଚାୟତର ରତନପୁର ଗ୍ରାମକୁ ପକ୍କା ରାସ୍ତା ନିର୍ମାଣରେ ଅହେତୁକ ବିଳମ୍ବକୁ ନେଇ ଜନଅସନ୍ତୋଷ ପ୍ରକାଶ ପାଇଛି।ବାରମ୍ବାର ଦାବି ପରେ ମଧ୍ଯ ଉକ୍ତ ଗ୍ରାମକୁ ରାସ୍ତା ନିର୍ମାଣରେ ପ୍ରଶାସନିକ ଉଦାସୀନତା ଦେଖା ଦେବା ପରେ ଗ୍ରାମବାସୀ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମୁଖ୍ଯମନ୍ତ୍ରୀଙ୍କ ଦପ୍ତରରୁ ରତନପୁର ଗ୍ରାମକୁ ରାସ୍ତା ନିର୍ମାଣ ନେଇ ନୟାଗଡ ଜିଲ୍ଲାପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଥିଲା। ନୟାଗଡ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଖଣ୍ଡପଡ଼ା ବ୍ଲକ ପ୍ରଶାସନ ରାସ୍ତା ନିର୍ମାଣ ନେଇ ତତ୍ପରତା ଦେଖାଇ ଥିଲା। ପରେ ଗ୍ରାମକୁ ପକ୍କା ରାସ୍ତା ନିର୍ମାଣ ହେବା ନେଇ ଗ୍ରାମବାସୀଙ୍କ ମନରେ ନୂତନ ଆଶା ସଞ୍ଚାର ହୋଇଥିବା ବେଳେ ଖଣ୍ଡପଡ଼ା ତହସିଲ ପ୍ରଶାସନ ପକ୍ଷରୁ ରାସ୍ତା ନିର୍ମାଣ ନେଇ ଗତ ୬ ମାସ ତଳେ ସରକାରୀ ଜାଗା ଚିହ୍ନଟ ସହ ବ୍ଲକ ପ୍ରଶାସନ ପକ୍ଷରୁ ରାସ୍ତା କାର୍ଯ୍ଯ ନେଇ ଲେ ଆଉଟ ଦିଆଯାଇଥିବା ଜଣାପଡିଛି।ରାସ୍ତା ନିର୍ମାଣ ନେଇ ଆବଶ୍ୟକ ଜାଗା ଚିହ୍ନଟ ପରେ ଉକ୍ତ ଜାଗାରେ ଥିବା କିଛି ଗଛ ଗୁଡିକ କଟାଯିବ ବୋଲି ପ୍ରଶାସନ ସୁତ୍ରରୁ ଜଣାପଡିଛି।ତେବେ ରାସ୍ତା ନିର୍ମାଣ ନେଇ ପ୍ରସ୍ତାବିତ ଜାଗାରୁ ଗଛ କାଟିବା ନିମନ୍ତେ ବନ ବିଭାଗ ଅନୁମତି ପ୍ରଦାନ କରିବାର ଆବଶ୍ୟକତା ଥିବାରୁ ଏ ନେଇ ବିଳମ୍ବ ହେଉଥିବା ଜଣାପଡିଛି।ତେଣୁ ଗ୍ରାମବାସୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଖଣ୍ଡପଡ଼ା ବନାଞ୍ଚଳ ଅଧିକାରୀ ଓ ନୟାଗଡ ବନଖଣ୍ଡ ଅଧିକାରୀ ସେଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।ସୂଚନାଯୋଗ୍ଯ କଣ୍ଟିଲୋରୁ ଗଣିଆକୁ ସଂଯୋଗ କରୁଥିବା ୪୮ ନଂ ରାଜ୍ୟ ରାଜପଥ ପାର୍ଶ୍ଵରେ ଅବସ୍ଥିତ ରତନପୁର ଗ୍ରାମକୁ ରାସ୍ତା ନିର୍ମାଣରେ କେତେକ ଜବରଦଖଲକାରୀ ବାଧକ ସାଜିଥିବା ଗ୍ରାମବାସୀଙ୍କ ସୁତ୍ରରୁ ଜଣାପଡିଛି।ଗ୍ରାମର ୬୩୦ ନଂ ପ୍ଲଟ ସରକାରୀ ରାସ୍ତା କିସମର ଜମିକୁ ଅନଧିକାର ଭାବେ ଜବରଦଖଲକାରୀମାନେ ବାଡ ବନ୍ଦି କରି ନିଜ ଅକ୍ତିଆରରେ ରଖିଥିବାରୁ ରାସ୍ତା ନିର୍ମାଣରେ ସମସ୍ୟା ସୃଷ୍ଟି ହେଉଥିବା ବେଳେ ରାସ୍ତା ନିର୍ମାଣ ନେଇ ଖଣ୍ଡପଡ଼ା ବ୍ଲକ ପ୍ରଶାସନ ନିକଟରେ ଅନୁଦାନ ଅର୍ଥ ଗତ ୫ ବର୍ଷ ଧରି ପଡି ରହିଥିବା ଜଣାପଡିଛି।ବର୍ଷା ଋତୁ ପୂର୍ବରୁ ରତନପୁର ଗ୍ରାମକୁ ପକ୍କା ରାସ୍ତା ନିର୍ମାଣ ନିମନ୍ତେ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବି ହେଉଛି।ପ୍ରକାଶଥାଉକି ଗ୍ରାମକୁ ଭଲ ରାସ୍ତାଟି ଏ ନଥିବାରୁ ସ୍ଥାନୀୟ ବାସିନ୍ଦା ଜରୁରୀକାଳୀନ ପରିସ୍ଥିତିରେ ୧୦୮, ୧୦୨ ଆମ୍ବୁଲାନ୍ସ ସେବା ଓ ଅଗ୍ନିଶମ ସେବା ପରି ମୌଳିକ ସେବାରୁ ବଞ୍ଚିତ ହୋଇଥିବା ଜଣାପଡିଛି।

Sidha Sambad
Author: Sidha Sambad

Leave a Comment

और पढ़ें