ବାହାନଗା (ସିଧା ସମ୍ବାଦ): ସରକାରୀ ନିୟମକୁ ଫୁ’। ବାହାନଗା ବ୍ଲକ ପ୍ରଶାସନର ନାକ ତଳେ ଚାଲିଛି ବେନିୟମ କାର୍ଯ୍ୟ। ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଅନ୍ତର୍ଗତ ଛତ୍ରପୁର ଗାଁ କସବାଜୟପୁର ପଞ୍ଚାୟତ ରେ ଚାଲିଥିବା ଏକ ଗାର୍ଡୱାଲ ନିର୍ମାଣ କାର୍ଯ୍ୟକୁ ନେଇ ଏବେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ଯେକୌଣସି ସରକାରୀ ପ୍ରକଳ୍ପ ଆରମ୍ଭ ହେବା ପୂର୍ବରୁ ସେଠାରେ ଏକ ସୂଚନା ଫଳକ (Information Board) ଲଗାଇବା ବାଧ୍ୟତାମୂଳକ। ଏହି ଫଳକରେ କାମର ନାମ, ଅନୁଦାନର ପରିମାଣ, କାର୍ଯ୍ୟାଦେଶର ତାରିଖ ଏବଂ ବିଭାଗର ନାମ ରହିବା କଥା। ମାତ୍ର କସବାଜୟପୁରରେ ଚାଲିଥିବା ଏହି କାର୍ଯ୍ୟସ୍ଥଳରେ କୌଣସି ସୂଚନା ଫଳକର ଦେଖା ମିଳୁନାହିଁ।
ଅଭିଯୋଗ ହେଉଛି ଯେ, କାର୍ଯ୍ୟଟି ସ୍ଥାନୀୟ କନିଷ୍ଠ ଯନ୍ତ୍ରୀ (JE) ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚାଲିଛି। ଜଣେ ସରକାରୀ ଅଧିକାରୀ ଉପସ୍ଥିତ ଥାଇ ମଧ୍ୟ ନିୟମ କାହିଁକି ଉଲ୍ଲଂଘନ ହେଉଛି? ସୂଚନା ଫଳକ ନଥିବାରୁ କାମର ସ୍ୱଚ୍ଛତା ଏବଂ ଗୁଣବତ୍ତା ଉପରେ ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କେଉଁ ଅନୁଦାନରେ ଏହି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି, ତାହା ଅନ୍ଧାରରେ ରଖାଯାଇଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସନ୍ଦେହ ଦୃଢ଼ୀଭୂତ ହେଉଛି।
ଗ୍ରାମବାସୀଙ୍କ କହିବା ଅନୁଯାୟୀ, କାମ ଚାଲିଥିବା ବେଳେ ଏହାର ତଥ୍ୟ ଲୁଚାଯିବା ପଛରେ କିଛି ବଡ଼ ଧରଣର ଦୁର୍ନୀତି ଥାଇପାରେ। ସରକାରୀ ଅର୍ଥର ଏଭଳି ହରିଲୁଟକୁ ସହ୍ୟ କରାଯିବ ନାହିଁ ବୋଲି ସେମାନେ ଚେତାବନୀ ଦେଇଛନ୍ତି।#OdishaNews, #Bahanaga, #Balasore, #CorruptionAlert, #PublicWorks ,#OdishaInfrastructure, #SidhaSambad,







