ବଡ଼ ଖବର: ଓଡ଼ିଶାରେ ଆଗୁଆ ଖରାଛୁଟି! ଏପ୍ରିଲ ୨୭ରୁ ସବୁ ସ୍କୁଲ୍ ବନ୍ଦ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ।

👇समाचार सुनने के लिए यहां क्लिक करें

ରାଜ୍ୟରେ ଜାରି ରହିଥିବା ଅସମ୍ଭାଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି ଆଣିଛନ୍ତି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀ ଆଜି ଆଗୁଆ ଖରାଛୁଟି ଘୋଷଣା କରିଛନ୍ତି। ଆସନ୍ତା ଏପ୍ରିଲ ୨୭ ତାରିଖରୁ ରାଜ୍ୟର ସମସ୍ତ ସ୍କୁଲ ବନ୍ଦ ରହିବ।

 ଓଡ଼ିଶାରେ ଏବେ ସୂର୍ଯ୍ୟଙ୍କ ପ୍ରକୋପ ଜାରି । ଅନେକ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବାରୁ କୋମଳମତି ଶିଶୁମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ । ପିଲାମାନଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେଇ ଗଣଶିକ୍ଷା ବିଭାଗର ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି।

  ଏହି ଛୁଟି ସମସ୍ତ ସରକାରୀ, ସରକାରୀ ଅନୁଦାନ ପ୍ରାପ୍ତ ଏବଂ ବେସରକାରୀ ବିଦ୍ୟାଳୟ ପାଇଁ ଲାଗୁ ହେବ। ତେବେ ଛୁଟି ଘୋଷଣା ହୋଇଥିଲେ ମଧ୍ୟ କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଜାରି ରହିବ। ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା ପରୀକ୍ଷା, ଜନଗଣନା କାର୍ଯ୍ୟ ଏବଂ ସ୍କୁଲର ଅନ୍ୟାନ୍ୟ ଅଫିସ୍ କାମ ସ୍ୱାଭାବିକ ଭାବେ ଚାଲିବ ବୋଲି ସରକାର ସ୍ପଷ୍ଟ କରିଛନ୍ତି।

ତେବେ ଖରାକୁ ଦେଖି ଅଭିଭାବକ ମାନେ ମଧ୍ୟ ନିଜ ପିଲାମାନଙ୍କ ଯତ୍ନ ନେବାକୁ ପରାମର୍ଶ ଦିଆଯାଇଛି। ସ୍କୁଲ ଛୁଟି ହେବା ପରେ ପିଲାମାନେ ଏବେ ଘରେ ସୁରକ୍ଷିତ ରହିବେ।

Sidha Sambad
Author: Sidha Sambad

Leave a Comment

और पढ़ें