- ଖଣ୍ଡପଡ଼ା ୨୭|୫ (ସିଧା ସମ୍ବାଦ) ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀ ଅଧୀନ ୬ ଟି ମହାବିଦ୍ୟାଳୟର ଯୁକ୍ତ ୨ କଳା,ବାଣିଜ୍ଯ ଓ ବିଜ୍ଞାନ ଶ୍ରେଣୀର ୧୧ ଜଣ ଟପ୍ପର ଛାତ୍ରଛାତ୍ରୀଙ୍କୁ ସାମ୍ବାଦିକ ସଂଘ ପକ୍ଷରୁ ରବିବାର ସ୍ବାଗତ, ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।ଏ ଅବସରରେ ଖଣ୍ଡପଡା ପୂର୍ତ୍ତବିଭାଗ ବଙ୍ଗଳା ପରିସରରେ ଆୟୋଜିତ କାର୍ଯ୍ଯକ୍ରମରେ ମୁଖ୍ଯ ଅତିଥି ଭାବେ ଖଣ୍ଡପଡ଼ା ବିଧାୟକ ଇଂ.ଦୁଷ୍ମନ୍ତ କୁମାର ସ୍ବାଇଁ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ଵଳନ କରି କାର୍ଯ୍ଯକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ସମ୍ମାନିତ ଅତିଥି ଭାବେ ନୟାଗଡ ଜିଲ୍ଲା ସାଂସଦ ପ୍ରତିନିଧି ଗୟାଧର ପରିଡା,ଖଣ୍ଡପଡ଼ା ବ୍ଲକ ସାଂସଦ ପ୍ରତିନିଧି ଚନ୍ଦ୍ରକାନ୍ତ ବଳିଆର ସିଂ,ଯୁବ ସମାଜସେବୀ ଚିତ୍ତରଞ୍ଜନ ମିଶ୍ର,ବରିଷ୍ଠ ସାମ୍ବାଦିକ ଭବାନୀ ଶଙ୍କର ସିଂହସାମନ୍ତ ପ୍ରମୁଖ ଯୋଗଦେଇ କାର୍ଯ୍ଯକ୍ରମ ଆୟୋଜନର ମୁଖ୍ଯ ଲକ୍ଷ୍ଯ ସଂର୍ପକରେ ଆଲୋକପାତ କରିଥିଲେ। ଚଳିତ ବର୍ଷ ଯୁକ୍ତ ୨ କଳା ପରୀକ୍ଷାରେ ସମଗ୍ର ନୟାଗଡ ଜିଲ୍ଲାସ୍ତରରେ ସର୍ବାଧିକ ୫୬୪ ନଂ ରଖିଥିବା ପଠାଣି ସାମନ୍ତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟା ଶେଫାଳିକା ମହାପାତ୍ରଙ୍କୁ ସ୍ବତନ୍ତ୍ର ଭାବେ ଟ୍ରଫି,ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ବିଧାୟକ ସମ୍ବର୍ଦ୍ଧିତ କରିଥିଲେ। ସେହିପରି ବିଜ୍ଞାନ ପରୀକ୍ଷାରେ ଟପ୍ପର ହୋଇଥିବା ପଠାଣି ସାମନ୍ତ ମହାବିଦ୍ୟାଳୟର ଛାତ୍ରୀ ତୁଳସୀ ନାୟକ,କଳା ପରୀକ୍ଷାରେ ଟପ୍ପର ଖଣ୍ଡପଡ଼ା ମହିଳା ମହାବିଦ୍ୟାଳୟର ଛାତ୍ରୀ ଶ୍ରାବଣୀ ପ୍ରଧାନ, କଳା ଓ ବିଜ୍ଞାନରେ ଟପ୍ପର ହୋଇଥିବା ନୀଳମାଧବ ମହାବିଦ୍ୟାଳୟର ଛାତ୍ରୀ ଶୁଭସ୍ମିତା ବେହେରା, ଦିପ୍ତିକ୍ରିଷ୍ଣା ପୃଷ୍ଟି, କଳାରେ କୁମ୍ଭାରପଡା ମହାବିଦ୍ୟାଳୟର ଛାତ୍ର ଅଭିଷେକ ନାୟକ, କଳାରେ ଭାପୁର ଆଞ୍ଚଳିକ ମହାବିଦ୍ୟାଳୟର ଛାତ୍ର ଚିଣ୍ଟୁ ଖୁଣ୍ଟିଆ,ବାଣିଜ୍ଯ ଓ ବିଜ୍ଞାନରେ ଟପ୍ପର ହୋଇଥିବା ପ୍ରହଲ୍ଲାଦ ମହାବିଦ୍ୟାଳୟ ପଦ୍ମାବତୀର ଛାତ୍ରୀ ସାଇସ୍ମିତା ସାହୁ ଓ ଫିଜଲି ମଲ୍ଲିକଙ୍କ ସମେତ ବିଜ୍ଞାନରେ ଟପ୍ପର ହୋଇଥିବା ନୟାଗଡ ସହରସ୍ଥିତ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟର ଛାତ୍ରୀ ଶ୍ରୃତିକିରଣ ଦାଶଙ୍କୁ ଉତ୍ତରୀୟ,ପୁଷ୍ପଗୁଚ୍ଛ ଓ ଟ୍ରଫି ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ସେହି ପରି ଛାତ୍ର ରାଜେଶ ବିଶୋଇ ଓ ଗାଇଡ ଶିକ୍ଷକ ଧନେଶ୍ଵର ମଲ୍ଲଙ୍କୁ ମଧ୍ଯ ଏ ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା। ବରିଷ୍ଠ ଆଇନଜୀବୀ ହରିଶ୍ଚନ୍ଦ୍ର ପ୍ରଧାନ କାର୍ଯ୍ୟକ୍ରମରେ ସଂଯୋଜନା କରିଥିବା ବେଳେ ଅଧ୍ୟାପକ ଅଜିତ କୁମାର ବସନ୍ତରାୟଙ୍କ ସମେତ ବରିଷ୍ଠ ସାମ୍ବାଦିକମାନେ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ।Σ






