ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଉତ୍ତର ଓଡ଼ିଶା ଉପକୂଳ ନିକଟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆସନ୍ତା ୨–୩ ଦିନ ମଧ୍ୟରେ ଏହା ଆହୁରି ସୁଦୃଢ଼ ହେବାର ସମ୍ଭାବନା ରହିଛି।
ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଜାରି ରହିବ। କେତେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ବଜ୍ରପାତର ସମ୍ଭାବନା ଥିବାରୁ ସତର୍କତା ଜାରି କରାଯାଇଛି।
• ଅମ୍ବାଭୋନା (ବରଗଡ଼) – ୧୮୦ ମି.ମି.
• ଯୁଯୁମରା (ସମ୍ବଲପୁର) – ୧୩୦ ମି.ମି.
• ଅତାବିରା (ବରଗଡ଼) – ୧୨୦ ମି.ମି.
ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଆଜି ଓ ଆସନ୍ତାକାଲି ବନ୍ଦ ରହିବ।


