ଆଦର୍ଶ ଶିକ୍ଷା କେନ୍ଦ୍ରରେ ଗୁରୁ ଦିବସ ପାଳିତ
ନୀଳଗିରି, ତା ୬।୯(ସିଧାସମ୍ବାଦ): ନୀଳଗିରି ବ୍ଲକ ବଣସୀମା ବରହମପୁର ସ୍ଥିତ ଆଦର୍ଶ ଶିକ୍ଷା କେନ୍ଦ୍ରରେ ଗୁରୁ ଦିବସ ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ପୂର୍ବତନ ଶିକ୍ଷକ ବାଞ୍ଛାନିଧି ବେହେରା ଅନୁଷ୍ଠାନିକ ଭାବେ ଯୋଗ ଦେଇ ବିଦ୍ୟାଳୟ ର ଅଧ୍ୟୟନରତ କୁନି କୁନି ଛାତ୍ର ଛାତ୍ରୀ ମାନଙ୍କୁ ଗୁରୁ ଶିଷ୍ୟ ର ପରମ୍ପରା ସମ୍ପର୍କରେ ଉଦବୋଧନ ଦେଇଥିଲେ। ପ୍ରଧାନ ଗୁରୁମାଆ କୁଞ୍ଜଳତା ସାହୁ କାର୍ଯ୍ୟକ୍ରମ ରେ ସଭାପତିତ୍ୱ କରିଥିବା ବେଳେ ବିଦ୍ୟାଳୟ ର ସଭାପତି ରବି ନାରାୟଣ ଚୌଧୁରୀ ଉପସ୍ଥିତ କୋମଳ ମତି ଶିଶୁ ମାନଙ୍କୁ ଶିକ୍ଷାର ମହତ୍ୱ ବିଷୟରେ ଅବଗତ କରାଇଥିଲେ। କାର୍ଯ୍ୟକ୍ରମ ରେ ଅନ୍ୟ ଗୁରୁଜୀ, ଗୁରୁମା ମାନଙ୍କ ମଧ୍ୟରେ ସମୀର କୁମାର ମହାପାତ୍ର, ପ୍ରସନ୍ନ ମହାପାତ୍ର, କ୍ଷିତୀଶ କୁମାର ବାରିକ, ସୁବାସିନୀ ଭୋଇ, ସୁମତୀ ମଣି ଦାସ, ଜୟଶ୍ରୀ ପଣ୍ଡା, ଦେବାହୁତି କର, ସୁଭଦ୍ରା ରାଉତ, ରାନୁ ବାଳା ସାହୁ, ଟିଳୋତ୍ତମା ମଣ୍ଡଳ, ରଶ୍ମିତା ସାହୁ, ରଞ୍ଜିତା ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ସର୍ବଶେଷରେ ସଭାପତି ଶ୍ରୀଯୁକ୍ତ ଚୌଧୁରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।