ନୀଳଗିରିର ‘ବଉଳଗଡ଼ିଆ ରାସ୍ତା’କୁ ନେଇ ତେଜିଲା ଅସନ୍ତୋଷ

👇समाचार सुनने के लिए यहां क्लिक करें

ନୀଳଗିରି, ସେପ୍ଟେମ୍ବର ୨୬: ନୀଳଗିରିର ବଉଳଗଡ଼ିଆ ରାସ୍ତା କାମ ବିଳମ୍ବକୁ ନେଇ ଅସନ୍ତୋଷ ତେଜିଛି। ଚୀନର ‘ହୋୟାଙ୍ଗ ହୋ’ ଭଳି ନୀଳଗିରିର ଦୁଃଖ ‘ବଉଳଗଡ଼ିଆ ରାସ୍ତା’ ବୋଲି ସିପିଆଇ(ଏମ୍) ଜିଲ୍ଲା ସମ୍ପାଦକମଣ୍ଡଳୀ ସଭ୍ୟ ବିଜୟ କୁମାର ପାତ୍ର ମତ ପ୍ରକାଶ କରିଛନ୍ତି।

ରାସ୍ତା ନିର୍ମାଣ କାମ ଶୀଘ୍ର ଶେଷ କରିବା ଦାବିରେ ବିଭିନ୍ନ ସଂଗଠନ ଓ ସିପିଆଇ(ଏମ୍) ପକ୍ଷରୁ ଆନ୍ଦୋଳନ, ରାସ୍ତାରୋକ ଓ ଅନଶନ ଭଳି ପ୍ରତିବାଦ କରାଯାଇଥିବା ଶ୍ରୀ ପାତ୍ର କହିଛନ୍ତି। ଏହାସତ୍ତ୍ୱେ ଏପର୍ଯ୍ୟନ୍ତ ରାସ୍ତା କାମ ସମ୍ପୂର୍ଣ୍ଣ ହୋଇନଥିବାରୁ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଭାରୀ ଯାନ ଚଳାଚଳ ବନ୍ଦ କରିବା ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ଚିଠି ହୋଇଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନଥିବା ଅଭିଯୋଗ କରିଛନ୍ତି ଶ୍ରୀ ପାତ୍ର। ଏହାକୁ ସେ ପ୍ରଶାସନର ଅବହେଳା ବୋଲି କହିଛନ୍ତି।

ରାସ୍ତା କାମକୁ ନେଇ ଯୁବକଙ୍କୁ ଆକ୍ରମଣ ଅଭିଯୋଗ

କିଛି ଦିନ ତଳେ ରାସ୍ତା କାମ ନିମ୍ନମାନର ହେଉଥିବା ଅଭିଯୋଗ କରି ଘାଟଘର ସାହିର ସରୋଜ ଦାସ ପ୍ରତିବାଦ କରିଥିବା ବେଳେ ରାସ୍ତା କାମ କରୁଥିବା ଠିକାଦାର ତାଙ୍କୁ ଆକ୍ରମଣ କରିଥିବା ସିପିଆଇ(ଏମ୍) ପକ୍ଷରୁ ଅଭିଯୋଗ କରାଯାଇଛି। ଘଟଣାକୁ ଦଳ ପକ୍ଷରୁ ନିନ୍ଦା କରାଯାଇଛି।

ଠିକାଦାର ବିଭିନ୍ନ କାରଣ ଦର୍ଶାଇ ରାସ୍ତା କାମ ବନ୍ଦ ରଖିଥିବା ମଧ୍ୟ ଶ୍ରୀ ପାତ୍ର ଅଭିଯୋଗ କରିଛନ୍ତି।

ଏନେଇ ଶ୍ରୀ ପାତ୍ର ନୀଳଗିରି ଉପଜିଲ୍ଲାପାଳଙ୍କ ସହ ଆଲୋଚନା କରି ରାସ୍ତା କାମ ତୁରନ୍ତ ଆରମ୍ଭ କରିବା ସହ ଆକ୍ରମଣ ଅଭିଯୋଗରେ ଦୋଷୀଙ୍କ ବିରୋଧରେ ଦୃଢ଼ ପଦକ୍ଷେପ ନେବାକୁ ଦାବି କରିଛନ୍ତି।

ରାସ୍ତା କାମ ଶୀଘ୍ର ସମ୍ପୂର୍ଣ୍ଣ ନହେଲେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ସିପିଆଇ(ଏମ୍) ପକ୍ଷରୁ ଚେତାବନୀ ଦିଆଯାଇଛି।

Sidha Sambad
Author: Sidha Sambad

Leave a Comment

और पढ़ें