ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ନୂଆ କମିଟି ଓ ମିଡିଆ ସେଲ୍ର ପୁନର୍ଗଠନ କରାଯାଇଛି। ଅକ୍ଟୋବର ୨, ୨୦୨୬ ତାରିଖରେ ଜାରି ହୋଇଥିବା ପାର୍ଟି ଅଫିସ୍ ଅର୍ଡର ନମ୍ବର 78/PRS/ORG/BJD/2026 ଅନୁସାରେ ଏହି ନୂଆ ଗଠନ କରାଯାଇଛି।
ନୂଆ ବ୍ୟବସ୍ଥାରେ ଇଲେକ୍ଟ୍ରୋନିକ୍ ମିଡିଆ, ପ୍ରିଣ୍ଟ ମିଡିଆ ଏବଂ ସୋସିଆଲ୍ ମିଡିଆ ଓ IT ପାଇଁ ଅଲଗା ଦାୟିତ୍ୱ ଦିଆଯାଇଛି। ଇଲେକ୍ଟ୍ରୋନିକ୍ ମିଡିଆର ଚିଫ୍ କୋଅର୍ଡିନେଟର ଭାବେ ଡ. ଅରୁଣ କୁମାର ସାହୁ, ପ୍ରିଣ୍ଟ ମିଡିଆର ଚିଫ୍ କୋଅର୍ଡିନେଟର ଭାବେ ସଞ୍ଜୟ କୁମାର ଦାସବର୍ମା, ଏବଂ ସୋସିଆଲ୍ ମିଡିଆ ଓ ITର ଚିଫ୍ କୋଅର୍ଡିନେଟର ଭାବେ ପ୍ରତାପ ଜେନାଙ୍କୁ ଦାୟିତ୍ୱ ଦିଆଯାଇଛି।
ସେହିପରି, ଜାତୀୟ ପ୍ରବକ୍ତା ଭାବେ ଡ. ସନ୍ତୃପ୍ତ ମିଶ୍ର, ଡ. ସସ୍ମିତ ପାତ୍ର, ମାନସ ମଙ୍ଗରାଜ, ସୁଲତା ଦେଓ, ସୁଭାଶିଷ ଖୁଣ୍ଟିଆ, କଳିକେଶ ନାରାୟଣ ସିଂହଦେଓଙ୍କ ସମେତ ମୋଟ ୧୦ ଜଣଙ୍କ ନାମ ରହିଛି।
ଏହାସହ Senior Panelist ଏବଂ BJD Social Media Steering Committee ମଧ୍ୟ ଗଠନ କରାଯାଇଛି। ଅନ୍ୟ ଏକ ତାଲିକାରେ BJD IT Steering Committee ପାଇଁ ୧୫ ଜଣଙ୍କୁ ସାମିଲ କରାଯାଇଛି।
ପାର୍ଟି ଅର୍ଡରରେ ଏହି ନିଷ୍ପତ୍ତି ତତ୍କାଳ ପ୍ରଭାବରେ ଲାଗୁ ହେବ ବୋଲି ଉଲ୍ଲେଖ ରହିଛି। ଏହି ନୂଆ ଗଠନ ଆଗାମୀ ଦିନରେ ବିଜେଡିର ମିଡିଆ, ସୋସିଆଲ୍ ମିଡିଆ ଓ ସାଙ୍ଗଠନିକ ଯୋଗାଯୋଗ ବ୍ୟବସ୍ଥାରେ ଲାଗୁ ହେବ।
ବିଜେଡି ଏହି ସମୟରେ ଅକ୍ଟୋବର ୨ରୁ ନଭେମ୍ବର ୨ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଜନସମ୍ପର୍କ ପଦଯାତ୍ରା ଆରମ୍ଭ
କରିଛି।