ପିଏମଏୱାଇ-ୟୁ ୨.୦ରେ ଓଡ଼ିଶାର ଅଗ୍ରଣୀ ସଫଳତା ସର୍ବାଧିକ ସଂସ୍କାର ପାଇଁ PMAY-Urban Awards 2026ରେ ଓଡ଼ିଶାକୁ ବିଶେଷ ସମ୍ମାନ

👇समाचार सुनने के लिए यहां क्लिक करें

ଭୁବନେଶ୍ୱର, ୫ ଅକ୍ଟୋବର ୨୦୨୬: ସହରାଞ୍ଚଳ ଆବାସ କ୍ଷେତ୍ରରେ ଓଡ଼ିଶାକୁ ମିଳିଛି ଜାତୀୟ ସ୍ତରରେ ବିଶେଷ ସ୍ୱୀକୃତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ସହରୀ (PMAY-U) ୨.୦ ଅଧୀନରେ ସର୍ବାଧିକ ସଂସ୍କାରମୂଳକ ପଦକ୍ଷେପ ପାଇଁ ଓଡ଼ିଶାକୁ PMAY-Urban Awards 2026ରେ ସମ୍ମାନିତ କରାଯାଇଛି।
ବିଶ୍ୱ ଆବାସ ଦିବସ ଅବସରରେ ନୂଆଦିଲ୍ଲୀରେ ଆୟୋଜିତ ସମାରୋହରେ ଭାରତ ସରକାରଙ୍କ ଗୃହନିର୍ମାଣ ଓ ନଗର ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ତୋଖନ ସାହୁ ଓଡ଼ିଶାକୁ ଏହି ସମ୍ମାନ ପ୍ରଦାନ କରିଥିଲେ।
ରାଜ୍ୟ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ଏହି ସ୍ୱୀକୃତି ଓଡ଼ିଶା ପାଇଁ ଗର୍ବର ବିଷୟ। ସହରାଞ୍ଚଳ ଆବାସ ବ୍ୟବସ୍ଥାକୁ ଅଧିକ ସୁଗମ, ସ୍ୱଚ୍ଛ, ଦକ୍ଷ ଓ ଜନକୈନ୍ଦ୍ରିକ କରିବା ଦିଗରେ ରାଜ୍ୟର ପ୍ରତିବଦ୍ଧତାର ଏହା ପ୍ରତିଫଳନ ବୋଲି ସେ କହିଛନ୍ତି।
PMAY-U ୨.୦ ଅଧୀନରେ ଓଡ଼ିଶାରେ ୨୪,୬୨୫ଟି ଘରକୁ ମଞ୍ଜୁରୀ ମିଳିଛି। ସେହିପରି ମାର୍ଚ୍ଚ ୨୦୨୫ରୁ ମାର୍ଚ୍ଚ ୨୦୨୬ ମଧ୍ୟରେ ଘର ନିର୍ମାଣ ସମାପ୍ତ କରିବା କ୍ଷେତ୍ରରେ ଓଡ଼ିଶା ଦେଶରେ ପ୍ରଥମ ସ୍ଥାନ ହାସଲ କରିଛି।
ସହରାଞ୍ଚଳର ଯୋଗ୍ୟ ପରିବାରଗୁଡ଼ିକୁ ସୁରକ୍ଷିତ ଓ ସମ୍ମାନଜନକ ଆବାସ ଯୋଗାଇବା ସହ ‘ସମସ୍ତଙ୍କ ପାଇଁ ଆବାସ’ ଲକ୍ଷ୍ୟକୁ ସାକାର କରିବା ଦିଗରେ ଏହି ସଫଳତା ଏକ ବଡ଼ ପଦକ୍ଷେପ ବୋଲି କୁହାଯାଇଛି।
ଓଡ଼ିଶା ପକ୍ଷରୁ ଭୁବନେଶ୍ୱର ମହାନଗର ନିଗମ କମିଶନର ଚଞ୍ଚଳ ରାଣା ଏବଂ ଓଡ଼ିଶା ସହରାଞ୍ଚଳ ଆବାସ ମିଶନର ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ଶୁଭାନନ୍ଦ ମହାପାତ୍ର ଏହି ସମ୍ମାନ ଗ୍ରହଣ କରିଥିଲେ।
ରାଜ୍ୟର ଅଧିକାରୀ, ପୌରସଂସ୍ଥା ଓ ହିତାଧିକାରୀ ପରିବାରଙ୍କ ସାମୂହିକ ପ୍ରୟାସର ଏହି ସ୍ୱୀକୃତି ବୋଲି କୁହାଯାଇଛି। ଆଗାମୀ ଦିନରେ କୌଣସି ଯୋଗ୍ୟ ସହରାଞ୍ଚଳ ପରିବାର ଯେପରି ସୁରକ୍ଷିତ ଓ ସମ୍ମାନଜନକ ଆବାସରୁ ବଞ୍ଚିତ ନହୁଅନ୍ତି, ସେନେଇ ରାଜ୍ୟ ତାହାର ପ୍ରୟାସ ଜାରି ରଖିବ।

Sidha Sambad
Author: Sidha Sambad

Leave a Comment

और पढ़ें