ଭୁବନେଶ୍ୱର, ୫ ଅକ୍ଟୋବର ୨୦୨୬: ଦେଶର ସ୍ୱାଧୀନତା ସଂଗ୍ରାମର ସର୍ବକନିଷ୍ଠ ଶହୀଦମାନଙ୍କ ମଧ୍ୟରୁ ଅନ୍ୟତମ ବାଜି ରାଉତଙ୍କ ଜୟନ୍ତୀ ଆଜି ପାଳିତ ହୋଇଛି। ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ବିଧାନସଭା ପାଶ୍ୱର୍ସ୍ଥିତ ଶହୀଦ ବାଜି ରାଉତଙ୍କ ପ୍ରତିମୂର୍ତ୍ତିସ୍ଥଳରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବାଚସ୍ପତି ସୁରମା ପାଢ଼ୀ, ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ବାଜି ରାଉତଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ମାତ୍ର ୧୨ ବର୍ଷ ବୟସରେ ବାଜି ରାଉତ ମାତୃଭୂମିର ସୁରକ୍ଷା ଓ ସ୍ୱାଧୀନତା ପାଇଁ ନିଜ ଜୀବନକୁ ବଳିଦାନ ଦେଇଥିଲେ। ବ୍ରିଟିଶ ସୈନ୍ୟଙ୍କ ସମ୍ମୁଖୀନ ହୋଇ ତାଙ୍କର ସାହସିକତା ଓ ଆତ୍ମବଳିଦାନ ଦେଶବାସୀଙ୍କୁ ସ୍ୱାଧୀନତା ସଂଗ୍ରାମ ପାଇଁ ପ୍ରେରଣା ଦେଇଥିଲା।
ମୁଖ୍ୟମନ୍ତ୍ରୀଙ୍କ ମତରେ, ବାଜି ରାଉତଙ୍କ ନିର୍ଭୀକତା, ଦେଶପ୍ରେମ ଓ ସାହସିକ ଜୀବନୀ ଆଜିର ଯୁବପିଢ଼ି ଓ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ପ୍ରେରଣା। ରାଜ୍ୟର ବରପୁତ୍ର ଓ ସ୍ୱାଧୀନତା ସଂଗ୍ରାମୀଙ୍କୁ ସମ୍ମାନ ଦେବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଥିବା ସେ କହିଛନ୍ତି।
ବାଜି ରାଉତଙ୍କ ଜନ୍ମସ୍ଥାନ ନୀଳକଣ୍ଠପୁରକୁ ଆଦର୍ଶ ଗ୍ରାମ ଭାବେ ଘୋଷଣା କରାଯାଇଥିବାବେଳେ, ତାଙ୍କ ସ୍ମୃତିରେ ଢେଙ୍କାନାଳରେ ୧୨୦ କୋଟି ଟଙ୍କା ବ୍ୟୟରେ ବାଜି ରାଉତ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ନିର୍ମାଣ କରାଯାଉଛି। ମହାନ ଦେଶଭକ୍ତ ଓ ଶହୀଦମାନଙ୍କ ଅବଦାନକୁ ସ୍ମରଣ କରି ସେମାନଙ୍କ ସ୍ମୃତିକୁ ଅମର କରିବା ପାଇଁ ସରକାର ପ୍ରତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
କାର୍ଯ୍ୟକ୍ରମରେ ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ନିର୍ଦ୍ଦେଶକ ସଞ୍ଜୟ କୁମାର ବିଶ୍ୱାଳ, ଯୁଗ୍ମ ନିର୍ଦ୍ଦେଶକ ସୁଚେତା ପ୍ରିୟଦର୍ଶିନୀଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ବାଜି ରାଉତଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
ଶହୀଦ ବାଜି ରାଉତଙ୍କ ଜୟନ୍ତୀ ପାଳିତ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୁଖ୍ୟମନ୍ତ୍ରୀ ଓ ବାଚସ୍ପତି
👇समाचार सुनने के लिए यहां क्लिक करें
और पढ़ें
- विज्ञापन