ନୀଳଗିରି ନିର୍ବାଚନ ମଣ୍ଡଳୀସ୍ତରୀୟ କଂଗ୍ରେସ ସଂଗଠନ ବୈଠକ |
ନୀଳଗିରି, ୮/୬(ସିଧାସମ୍ବାଦ); ରବିବାର ଅପରାହ୍ନ ୪ଘଟିକା ସମୟରେ ନୀଳଗିରି କଂଗ୍ରେସସ ଭବନରେ ନିର୍ବାଚନମଣ୍ଡଳୀ ସ୍ତରୀୟ ନେତୃବୁନ୍ଦ ମାନଙ୍କୁ ଧରି ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ଅଶ୍ଵନି କୁମାର ଦାସ ସଭାପତିତ୍ୱ କରିଥିଲେ। ବୈଠକ ରେ ନୀଳଗିରି ନିର୍ବାଚନମଣ୍ଡଳୀର କଂଗ୍ରେସ ନେତୃବୁନ୍ଦ ଙ୍କୁ ଧରି ସଂଗଠନର କିଭଳି ଅଭିବୃଧି ଘଟିବ ସେ ସଂକ୍ରାନ୍ତରେ ବିଷଦ ଆଲୋଚନା କରାଯାଇଥିଲା ଏବଂ ସର୍ବସମତି କ୍ରମେ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତ ଓ ଏନ ଏ ସି କୁ ନେଇ ୫୫ଜଣ ସଦସ୍ୟ ବିଶିଷ୍ଟ କର କମିଟି ଗଠନ କରାଯିବବୋଲି ସ୍ତ୍ରୀରୀକୃତ କରାଯାଇଥିଲା | ଜରୁରୀ କାଳୀନ ନିଷ୍ପତ୍ତି ପାଇଁ ସେମାଙ୍କ ମଧ୍ୟ୍ୟରୁ ୧୧ଜାଣିଆ କାର୍ଯ୍ୟକାରି କମିଟି କରାଯିବବୋଲି ନିଷ୍ପତି ନିଆଯାଇଥିଲା | ଏହି ବୈଠକରେ ଯୁବ ନେତା ତପନକୁମାର ରାଉତ ,ଯୁଗେଶ୍ୱର ବେହେରା, ସୁରେନ୍ଦ୍ର ଦାସ, କାର୍ତିକ ଚନ୍ଦ୍ର ପଶା, ଅଶ୍ଵନି ପାତ୍ର, ଯଶୋଦାନନ୍ଦନ ସିଂହ, ଭାଗିରଥି ବେହେରା, ବାସୁଦେବ ପାତ୍ର, ଉମେଶ ଚନ୍ଦ୍ର ଧଳ, ମାୟାଧର ସିଂ, ରଞ୍ଜିତ ପ୍ରଧାନ, ମଧୁସୂଦନ ଦାସ, ଶଶିକାନ୍ତ ବେହେରା, ପିତାମ୍ବର ସିଂ, ସତ୍ୟବାନ ମଢେଇ, ଜୟକୃଷ୍ଣ ପଣ୍ଡା, ରବୀନ୍ଦ୍ର ନାୟକ, ଭବାନୀ ଶଙ୍କର ପଣ୍ଡା, ପ୍ରଦୀପ ବେହେରା, ପତିତପାବନ ଦାସ, ସୂର୍ଯ୍ୟ କାନ୍ତ ଦାସ, ସୁଧାରଞ୍ଜନ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଉକ୍ତ ସାଙ୍ଗଠନିକ ବୈଠକରେ ଆଗାମୀ ଦିନ ରେ କିଭଳି ନୀଳଗିରି କଂଗ୍ରେସ ର ସଫଳତା ପାଇବ ସେସମ୍ପର୍କରେ ସେମାନଙ୍କ ର ମତବ୍ୟକ୍ତ କରିଥିଲେ
। ପରିଶେଷରେ ଉକ୍ତ କମିଟି ପିସିସି ସଭାପତି ଙ୍କୁ ଭେଟି ନୀଳଗିରି ସାଙ୍ଗଠନ ସମ୍ପର୍କ ରେ ଆଲଚନା କରିବେ ବୋଲି ନିଷ୍ପତି ନିଆଯାଇ ଥିଲା। ଶେଷରେ କୁନି ପଣ୍ଡା ସମସ୍ତ ଙ୍କୁ ଧନ୍ୟବାଦ ଦେଇଥିଲେ |






