ଅଟୋ ବାଇକ ମୁହାଁ ମୁହିଁ ଧକ୍କା, ଦୁଇ ବାଇକ ଆରୋହୀ ଗୁରୁତ୍ତର |
ନୀଳଗିରି, ୮/୬(ସିଧାସମ୍ବାଦ); ଆଜି ରାତି ପ୍ରାୟ ୮ ଘଟିକା ସମୟରେ ନୀଳଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଔପଦା ବ୍ଳକ ବାଉଁଶବଣିଆ ଗ୍ରାମର
ଶଙ୍କର୍ଷଣ ଦାସଙ୍କ ପୁଅ
ବୀରେନ୍ଦ୍ର ଦାସ (୨୮)ଏବଂ
ପ୍ରଭାକର ସାହୁଙ୍କ ପୁଅ
ବିଶ୍ୱଜିତ ସାହୁ(୩୩) ଶେରଗଡ଼ ଛକରୁ ମାଛ ନେଇ ନୀଳଗିରି ଅଭିମୁଖେ ଆସୁଥିବା ବେଳେ ସିମୁଳିଆ ଛକ ନିକଟରେ ବିପରୀତ ଦିଗରୁ ଶେରଗଡ଼ ଅଭିମୁଖେ ଯାଉଥିବା ଏକ ଅଟୋ ଟି ବାଇକକୁ ଧକ୍କା ଦେଇ ଫେରାର ହୋଇଯାଇଥିଲା | ବାଇକରେ ଥିବା ଆରୋହୀ ଓ ସହଯୋଗୀ ରାସ୍ତାରେ ପଡ଼ି ଜୀବନ ସହ ସଂଗ୍ରାମ କରୁଥିବା ବେଳେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ନୀଳଗିରି ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଭୟ ଙ୍କୁ
ନୀଳଗିରି ମେଡିକାଲ ରେ ଭର୍ତ୍ତି କରିଥିଲେ | ଏଥିରେ ଉଭୟଙ୍କ ଗୋଡ଼ ଭାଙ୍ଗିଯିବା ସହିତ ମୁହା ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି | ଅବସ୍ଥା ଉଦବେଗଜନକ ଥିବାରୁ ବାଲେଶ୍ୱର ବଡ଼ ଡାକ୍ତର ଖାନାକୁ ସ୍ଥାନାନ୍ତରିତ କରାଯାଇଛି | ଅପରପକ୍ଷରେ ଦୁର୍ଘଟଣା ଘଟାଇ ଥିବା ଅଜଣା ଅଟୋ କୁ ପୋଲିସ ପରେ ଧରିବା ସହିତ ଡ୍ରାଇଭରକୁ ଅଟକ ରଖିଛି |







