ନୂତନ ଉଦ୍ଭାବନ ଓ ବୃତ୍ତିଗତ ପ୍ରଶିକ୍ଷଣ ଓ ସାମୁଦାୟିକ ସଂପୃକ୍ତି କାର୍ଯ୍ୟକ୍ରମ।

👇समाचार सुनने के लिए यहां क्लिक करें

ନୂତନ ଉଦ୍ଭାବନ ଓ ବୃତ୍ତିଗତ ପ୍ରଶିକ୍ଷଣ ଓ ସାମୁଦାୟିକ ସଂପୃକ୍ତି କାର୍ଯ୍ୟକ୍ରମ।

ନୀଳଗିରି, ତା ୬।୯(ସିଧାସମ୍ବାଦ): ଜାତୀୟ ସେବା ଯୋଜନା(ଏନଏସଏସ)ଆନୁକୂଲ୍ୟରେ ନୀଳଗିରି ସଂସ୍କୃତ ମହାବିଦ୍ୟାଳୟ ପରିସରରେ ଯୁକ୍ତ ୩ ର ୪ର୍ଥ ସେମିଷ୍ଟାର ଛାତ୍ରଛାତ୍ରୀଙ୍କ ପାଇଁ ନୂତନ ଉଦ୍ଭାବନ ଓ ବୃତ୍ତିଗତ ପ୍ରଶିକ୍ଷଣ
ଓ ସାମୁଦାୟିକ ସଂପୃକ୍ତି କାର୍ଯ୍ୟକ୍ରମ ୨୦୨୫-୨୬ ଉଜ୍ଜାପିତ ହୋଇଯାଇଛି।୨୦୨୦ ଜାତୀୟ ଶିକ୍ଷାନୀତି ଅଧୀନରେ ଉକ୍ତ କାର୍ଯ୍ୟକ୍ରମ ୭ ଦିନ ଧରି ଚାଲିଥିବା ବେଳେ ଗତ ୩
ତାରିଖରେ ସମାପନ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଆଚାର୍ଯ୍ୟ ପୌରାହିତ୍ୟ ରେ ଉକ୍ତ କାର୍ଯ୍ୟକ୍ରମ ରେ ନୂତନ ଉଦ୍ଭାବନ ଓ ବୃତ୍ତିଗତ ପ୍ରଶିକ୍ଷଣରେ ସାମୁଦାୟିକ ସଂପୃକ୍ତି କୁ ନେଇ ପ୍ରଶିକ୍ଷଣ ଦିଆଯାଇଥିଲା। ତେଵେ ଉକ୍ତ ପ୍ରଶିକ୍ଷଣ ଶିବିରରେ ଭାଗ ନେଇଥିବା ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ନିଜ ପ୍ରତିଭାର ପରିଚୟ ଦେବା ସହିତ ଆଗାମୀ ଦିନରେ ନିଜକୁ ଆତ୍ମନିର୍ଭରଶୀଳ କରିବା ପାଇଁ ଯତ୍ନବାନ ହେବାକୁ ଅଧ୍ୟାପକ ପ୍ରଦୀପ କୁମାର ମିଶ୍ର, ଅଧ୍ୟାପିକା ଜ୍ୟୋତିଶ୍ରୀ ପାଣି, ସୁରେନ୍ଦ୍ର ଗିରି ପରାମର୍ଶ ଦେଇଥିଲେ। ଅଧ୍ୟାୟନ ରତ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ନମିତା ବେହେରା, ପୂଜା ଜେନା, ଗାୟତ୍ରୀ ଜେନା ହାସ୍ୟ ସ୍ମିତା ମିଶ୍ର, ଉର୍ବଶ୍ରୀ ବେହେରା, ସସ୍ମିତା ପଲେଇ ପ୍ରମୁଖ ନିଜନିଜର ପ୍ରଜେକ୍ଟ ପାଇଁ ପୁରସ୍କୃତ କରାଯାଇଥିବା ବେଳେ ଚତୁର୍ଥ ସେମିଷ୍ଟାର ରେ ଇଣ୍ଟେନସିଭ ପେପର ରେ ଅଂଶଗ୍ରହଣ କରିଥିବା ଛାତ୍ର ଛାତ୍ରୀଙ୍କୁ ପ୍ରମାଣ ପତ୍ର ବିତରଣ କରାଯାଇଥିଲା। କାର୍ଯ୍ୟକ୍ରମ କୁ ପରିଚାଳନା କରୁଥିବା ଅଧ୍ୟାପିକା ମମତା ପ୍ରଧାନ ଙ୍କ ନେତୃତ୍ୱ ରେ କୌଶଳ ପ୍ରଦର୍ଶନ କରାଯାଇଥିଲା। ଶେଷରେ ଅଧ୍ୟାପକ ରତ୍ନାକର ଖୁଣ୍ଟିଆ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ କୁ ଅଧ୍ୟାପକ ହରିହର ଜେନା, ନିରଞ୍ଜନ ସନ୍ଦୀବିଗ୍ରହ, ସହକାରୀ ରମେଶ ଚନ୍ଦ୍ର ପାତ୍ର, ଦିଲ୍ଲୀପ ମହାପାତ୍ର ସଫଳ କରାଇବାରେ ସହଯୋଗ କରିଥିଲେ।

Sidha Sambad
Author: Sidha Sambad

Leave a Comment

और पढ़ें