ନୀଳଗିରି, ୨୮/୩(ସିଧାସମ୍ବାଦ); ନୀଳଗିରି ବ୍ଲକ ଉଚ୍ଚ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ୫ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅବସର କାଳୀନ ସମ୍ବଦ୍ଧନା ଦିଆଯାଇଛି।ସଂଘର ସଭାପତି ଶ୍ରୀଯୁକ୍ତ ରାଜେନ୍ଦ୍ର ମହାଳିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ, ମୁଖ୍ୟ ଅତିଥି ଭାବେ ନୀଳଗିରି ବ୍ଲକର ସହକାରୀ ଗୋଷ୍ଟୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଲମ୍ବୋଦର ସିଂ, ମୁଖ୍ୟ ବକ୍ତା ଭାବେ ପୂର୍ବତନ ସହକାରୀ ଗୋଷ୍ଟୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ରବିନାରାୟଣ ପରିଡା, ସମ୍ମାନୀତ ଅତିଥି ଭାବେ ସଂଘର ପୂର୍ବତନ ସମ୍ପାଦକ ଶ୍ରୀଯୁକ୍ତ ଗଣେଶ୍ୱର ବେହେରା ଯୋଗ ଦେଇ ବିଦାୟୀ ଶିକ୍ଷକ,ଶିକ୍ଷୟିତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ବିଦାୟୀ ଶିକ୍ଷକ,ଶିକ୍ଷୟତ୍ରୀ ମାନଙ୍କ ମଧ୍ୟରେ
ଡାଳିମପାଳ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ
ଶ୍ରୀମତୀ ରମ୍ଭା ମଣି ସେଠୀ,
ନରସିଂହପୁର ନୋଡାଲ ଉ. ପ୍ରା. ବିଦ୍ୟାଳୟ ପ୍ରଧାନଶିକ୍ଷୟିତ୍ରୀ
ଶ୍ରୀମତୀ ଶାନ୍ତିଲତା ମହାନ୍ତି,
ଗୋହିରା ଉନ୍ନୀତ ଉ. ପ୍ରା. ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ
ଶ୍ରୀଯୁକ୍ତ ଜଗମୋହନ ସିଂ,
ଚେକାମରା ପ୍ରାଥମିକ ବିଦ୍ୟାଳୟ
ପ୍ରଧାନ ଶିକ୍ଷକ ଶ୍ରୀ ଗଜେନ୍ଦ୍ର ନାଥ ପଶା, ଧରମପୁର ନୋଡାଲ ଉ. ପ୍ରା. ବିଦ୍ୟାଳୟର ପ୍ରଧାନ ଶିକ୍ଷକ
ଶ୍ରୀଯୁକ୍ତ ମୁକ୍ତେଶ୍ଵର ମହାନ୍ତି |
ଚଣ୍ଡୀ ଉ. ପ୍ରା. ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ବିଦ୍ୟାଧର ସେଠୀ ମଞ୍ଚ ପରିଚାଳନା କରିଥିବା ବେଳେ, ଶିକ୍ଷକ ଶ୍ରୀ ରଘୁନାଥ ବୁଗୁଡେଇ, ପରମାନନ୍ଦ ନାୟକ, ନିର୍ମଳ ପ୍ରଧାନ, ଚକ୍ରଧର ସ୍ୱାଇଁ, ସନାତନ ମାଝୀ, ନୀଳକଣ୍ଠ କବାଟ,ସୁମତି ବେହେରା, ଉର୍ମିଳା ସେଠି, ଆଶୁମଣୀ ଟୁଡୁ, ମିନତୀ ଟୁଡୁ ଓ ସଂଘର ଅନ୍ୟ ଶିକ୍ଷକ,ଶିକ୍ଷୟିତ୍ରୀ ମାନେ ପରିଚାଳନା ରେ ସହଯୋଗ କରିଥିଲେ।




