ନୀଳଗିରି,୩୧/୩(ସିଧାସମ୍ବାଦ);
ମାଇଁର ଆଖି ସାମ୍ନାରେ ପୋଖରୀରେ ବୁଡ଼ି ଚାଲିଗଲା ୨୦ ବର୍ଷୀୟ ଭାଣିଜୀର ଜୀବନ।ନୀଳଗିରି ଉପଖଣ୍ଡ ବରହମପୁର ଥାନା ଅଧୀନ ଭୋଗଦିଆ ଗ୍ରାମରେ ଘଟିଛି ଏଭଳି ଦୁଃଖଦ ଘଟଣା।ଘଟଣା ଅନୁଯାଇ ବାଲେଶ୍ୱର ସଦର ଥାନା ଅଧୀନ ସିନ୍ଧିଆ ଗ୍ରାମର ୨୦ବର୍ଷୀୟ ଯୁବତୀ ବନ୍ଦିତା ମହାନ୍ତି ଭୋଗଦିଆ ଗ୍ରାମର ମାମୁ ଘରକୁ ବୁଲିବା ପାଇଁ ଆସିଥିଲେ।ଆଜି ସକାଳ ସମୟରେ ଘର ନିକଟସ୍ଥ ପୋଖରୀକୁ ମାଇଁଙ୍କ ସହ ଗାଧୋଇବାକୁ ଯାଇଥିବା ସମୟରେ ଗୋଡଖସି ଯିବାରୁ ବନ୍ଦିତା ପାଣିରେ ବୁଡିଯାଇଥିଲେ।ସ୍ଥାନୀୟ ମହିଳାମାନେ ବନ୍ଦିତା ଙ୍କୁ ପାଣିରୁ ଉଦ୍ଧାର ପାଇଁ ଅନେକ ଚେଷ୍ଟା କରିଥିଲେ ବି ପାଣି ଅଧିକ ଥିବା କାରଣରୁ ଅନେକ ପ୍ରୟାସ ପରେ ମଧ୍ୟ ଉଦ୍ଧାର କରିପାରିନଥିଲେ। ପରେ ସ୍ଥାନୀୟ ଲୋକମାନେ ବନ୍ଦିତାଙ୍କୁ ପାଣିରୁ ଉଦ୍ଧାରକରି ବରହମପୁର ଗୋଷ୍ଠୀ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଏନେଇ ବରହମପୁର ପୋଲିସ ୫/୨୫ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିବା ଜଣାଯାଇଛି।





