ମୁଖୁରା ଗୋବିନ୍ଦପୁର ଠାରେ ନୂତନ ହନୁମାନମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା। ୫୦୮ କଳସ ଯାତ୍ରାରେ ଶ୍ରଦ୍ଧାଳୁ |

👇समाचार सुनने के लिए यहां क्लिक करें

ନୀଳଗିରି- ୧୮/୪(ସିଧାସମ୍ବାଦ);
ନୀଳଗିରି ଉପକଣ୍ଠ ରେମୁଣା ବ୍ଲକ୍ ଖରିଦ ମୁଖୁରା ଗୋବିନ୍ଦପୁର ଗ୍ରାମରେ ନବନିର୍ମିତ ପ୍ରଭୂ ଶ୍ରୀ ଶ୍ରୀ ହନୁମାନ ଜୀଉଙ୍କର ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ସକାଳ ୯ ଘଟିକା ସମୟରେ ନବନିର୍ମିତ ମନ୍ଦିର ପ୍ରତିଷ୍ଠା ପାଇଁ ଗ୍ରାମର ମହିଳାମାନେ ୫୦୮କଳସ ଶୋଭାଯାତ୍ରାରେ ଯାଇ ନିକଟସ୍ଥ ପୋଖରୀରୁ ପାଣି ଆଣିଥିଲେ।ଭଜନ, କୀର୍ତ୍ତନ,ହରିନାମ ସଂକୀର୍ତ୍ତନ ରେ ଅଞ୍ଚଳରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଏହି ପ୍ରତିଷ୍ଠା ଉତ୍ସବରେ ଉତ୍ତରପ୍ରଦେଶରୁ ବହୁ ନାଗା ସନ୍ୟାସୀ,କାଶୀ ବିଶ୍ୱନାଥ ଆଶ୍ରମରୁ ସତିଶାନନ୍ଦ ସାରସ୍ବତୀ ନାଗା ବାବା, ପୁରୀଧାମରୁ ବାବାଜି ନିଳାମ୍ବର ଦାସ ମହାରାଜ, ଓଡିଶା ଜୁନାଗଡ଼ରୁ ପଞ୍ଚଦଶ ଜୁନା ଆଖଡାରୁ ନାଗାବାବା ଛୋଟାନନ୍ଦ ସାରସ୍ବତୀ, ପେହେଲାନନ୍ଦ ସାରସ୍ବତୀ, ଚିତ୍ରକୋଟ ସରଭଙ୍ଗାରୁ ଗୋବିନ୍ଦାନନ୍ଦ ସାରସ୍ବତୀ, ବିଷ୍ଣୁଗିରି ମହାରାଜ, ହରିଦ୍ୱାରରୁ ସୁଦର୍ଶନାନନ୍ଦ ସାରସ୍ବତୀ, ପୁରୀ ଗୌରାଙ୍ଗ ମଠରୁ ବାବାଜି ସନତ ସୁଜାତା ନନ୍ଦଦାସ, କଟକ ଜିଲ୍ଲା ଟାଙ୍ଗୀ ଜଳକା ଧାମରୁ ବାବାଜି ପରମାନନ୍ଦ ଦାସ ମହାରାଜ, ଭୁବନେଶ୍ୱରରୁ ସତ୍ୟବ୍ରତ ଗିରି,ରେମୁଣା କ୍ଷୀରିଚୋରାରୁ ପରମାନନ୍ଦ ଦାସ ମହାରାଜ ପ୍ରମୁଖ ବିଶ୍ୱ ମଙ୍ଗଳ ପାଇଁ ମନ୍ତ୍ରଉଚ୍ଚାରଣ କରିଥିଲେ। ପରେ ବ୍ରାହ୍ମଣଙ୍କ ମନ୍ତ୍ର ଉଚ୍ଚାରଣରେ
ହୋମଯଜ୍ଞ ଆରମ୍ଭ କରାଯାଇଥିବା ବେଳେ ନୂତନ ମନ୍ଦିରରେ ହନୁମାନଙ୍କ ବିଗ୍ରହ ପ୍ରବେଶ କରାଯାଇ ସ୍ଥାପନା କରାଯାଇଥିଲା | ନିମନ୍ତ୍ରିତ ନାଗା ବାବା ମାନଙ୍କ ଦ୍ୱାରା ବିଶ୍ୱଶାନ୍ତି ମହାଯଜ୍ଞ ବୈଦେକ ରୀତିରେ କରାଯାଇଥିଲା । ଆଜି ପୂର୍ଣ୍ଣାହୂତି ପ୍ରଦାନକରିବା ନିମନ୍ତେ ବହୁ ମହାନ ପୂଜ୍ୟ, ସାଧୁସନ୍ଥ ଓ ପ୍ରବଚକ ମାନଙ୍କର ଆଗମନ ସହିତ ସେମାନଙ୍କର ଧାର୍ମିକ ଓ ମାର୍ଗିକ ପ୍ରବଚନ ର ବ୍ୟବସ୍ଥା କରାଯାଇଛି। ଉତ୍ସବ ସ୍ଥଳରେ ବିଶିଷ୍ଟ ଭଜନ ଗାୟକମାନେ ଠାକୁରଙ୍କ ଭକ୍ତିପୂଣ୍ଣ ଭଜନ ପରିବେଷଣ କରିଥିଲେ। ସନ୍ଧ୍ୟାରେ ଯଜ୍ଞମଣ୍ଡପ ନିକଟରେ ଧର୍ମସଭାର ଆୟୋଜନ ସହିତ ଗ୍ରାମବାସି ମାନଙ୍କ ଦ୍ଵାରା ହବିଷାନ୍ନ ଭୋଜନର ଆୟୋଜନ କରାଯାଇଥିଲା। ଏହି ପବିତ୍ର କର୍ମରେ ହଜାରହଜାର ସଂଖ୍ୟାରେ ଭକ୍ତଗଣ ସମାଗମ ହୋଇଥିବା ବେଳେ କମିଟିର ମୁଖ୍ୟ ଉଦ୍ୟକ୍ତା ଗଜେନ୍ଦ୍ର ନାୟକ, କାର୍ତ୍ତିକ ଚନ୍ଦ୍ର ବେହେରା,ପ୍ରେମାନନ୍ଦ ବେହେରାଙ୍କ ସହିତ ଗୋବିନ୍ଦପୁର ମହାବୀର ଫାଉଣ୍ଡେସନର ସଦସ୍ୟ
ପୂର୍ଣ୍ଣଚନ୍ଦ୍ର ମହାନ୍ତି, ନିରଞ୍ଜନ ବେହେରା, ମଳୟ କୁମାର ବିଶ୍ୱାଳ, ନିଶିକାନ୍ତ ସେଠୀ, ପ୍ରତ୍ୟୁଷ ବେହେରା, ରାଜେନ୍ଦ୍ର ଜେନା, ଜିତେନ୍ଦ୍ର ବେହେରା, ପାରାମେସ୍ୱର ପରିଡ଼ା, ବିଭୁତି ନାୟକ, ହରେକୃଷ୍ଣ ସ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Sidha Sambad
Author: Sidha Sambad

Leave a Comment

और पढ़ें