ଆନ୍ତର୍ଜାତିକ ଶ୍ରମିକ ଦିବସ ରେ ଶ୍ରମିକ ନେତା ଙ୍କ ଆହ୍ଵାନ।

👇समाचार सुनने के लिए यहां क्लिक करें

ନୀଳଗିରି,୦୧/୦୫(ସିଧାସମ୍ବାଦ); ସିଟୁ ତଥା ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଶ୍ରମିକ ଦିବସ ପାଳିତ ହୋଇଯାଇଛି।ସମଗ୍ର ବିଶ୍ଵରେ ଶ୍ରମିକ ଦିବସକୁ ପାଳନ କରାଯାଉଥିବା ବେଳେ ନୀଳଗିରି ରେ ମଧ୍ୟ ତାର ଝଲକ ଦେଖିବାକୁ ମିଳିଛି। ସବୁ କ୍ଷେତ୍ରରେ ପ୍ରଥମେ ଶ୍ରମିକଙ୍କ କଥା ଚିନ୍ତା କରିବା କଥା।କିନ୍ତୁ ଅଦ୍ୟାବଧି ଶ୍ରମିକ ସବୁ
କ୍ଷେତ୍ର ରେ ଅବହେଳିତ। ଉକ୍ତ ଦିବସ ପାଳନ ଅବସରରେ,ସିଟୁ ଜିଲ୍ଲା ସମ୍ପାଦକ ବିଜୟ କୁମାର ପାତ୍ର ଙ୍କ ନେତୃତ୍ୱ ରେ ନୀଳଗିରି ଜଗନ୍ନାଥ
ମନ୍ଦିର ଠାରୁ ଏକ ଶୋଭା ଯାତ୍ରା ରେ ଶ୍ରମିକ ନେତା ଓ ଶ୍ରମିକ ମାନେ ବିଭିନ୍ନ ସ୍ଲୋଗାନ ଦେଇ ବସ ଷ୍ଟାଣ୍ଡ ପର୍ଯ୍ୟନ୍ତ ଆସି ସେଠାରେ ଏକ ସଭା
କରିଥିଲେ। ଉକ୍ତ ସଭାରେ ସିଟୁ ର ଜିଲ୍ଲା ସମ୍ପାଦକ ବିଜୟ କୁମାର ପାତ୍ର ସଭାପତିତ୍ଵ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଖେତ ମଜଦୂର ସଂଘର ରାଜ୍ୟ ସମ୍ପାଦକ ନିର୍ମଳ ନାୟକ,ରାଜ୍ୟ ପାଚିକା ସଂଘ ସମ୍ପାଦିକା ଇଶାନି ଷଡ଼ଙ୍ଗୀ, ମୃତ୍ୟୁଞ୍ଜୟ ରାଉତ,ପାଚିକା ସଂଘ ଜିଲ୍ଲା ସଭାପତି, ଜ୍ୟୋତିରମୟ ରାଉତ, ସିପିଆଇ (ଏମ),ନୀଳଗିରି
ଆଂଚଳିକ କମିଟି ସମ୍ପାଦକ ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ବକ୍ତବ୍ୟ ରଖିଥିଲେ। କେନ୍ଦ୍ର ସରକାରଙ୍କ ବିଭିନ୍ନ ଅବହେଳା ଓ ଶ୍ରମିକ ମାରଣ ନୀତି ର ପ୍ରତିବାଦରେ,ଆଗାମୀ ମେ ମାସ ୨୦ ତାରିଖ ରେସମସ୍ତେ ଏକଜୁଟ ହୋଇ ସାଧାରଣ ଧର୍ମଘଟ ରେସାମିଲ ହେବାକୁ ଉପସ୍ଥିତ ନେତା ମାନେ ସମସ୍ତ ଶ୍ରମିକ ସାଥୀ ମାନଙ୍କୁ ଆହ୍ବାନ ଦେଇଥିଲେ।

Sidha Sambad
Author: Sidha Sambad

Leave a Comment

और पढ़ें