ସାଂସଦ ପ୍ରତାପ ଙ୍କ କଥା ରଖିଲେ ମୋହନ ସରକାର | ସହରାଞ୍ଚଳ ଚାଷୀଙ୍କୁ ମିଳିଲା ସିଏମ କିଷାନ ପ୍ରଥମ କିସ୍ତି ଟଙ୍କା |

👇समाचार सुनने के लिए यहां क्लिक करें

ନୀଳଗିରି,୧/୫(ସିଧାସମ୍ବାଦ):
ସହରାଞ୍ଚଳ ଚାଷୀଙ୍କ ଦୁଃଖ ବୁଝିଲେ ଓଡିଶାର ମୋହନ ସରକାର। ପୂର୍ବରୁ ବିଜେଡି ସରକାର ଶାସନ ବେଳେ ସିଏମ କିଷାନ ଟଙ୍କା ପାଇବାରୁ ବଞ୍ଚିତ ହୋଇଥିଲେ ସହରାଞ୍ଚଳ ଚାଷୀ। ରାଜ୍ୟରେ ବିଜେପି ସରକାର ଆସିବ ପରେ
ଓଡ଼ିଶାର ସହରାଞ୍ଚଳ ଚାଷୀଙ୍କୁ ସିଏମ କିଷାନ ଯୋଜନାରେ ସାମିଲ କରାଇବା ପାଇଁ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଗତ ଡିସେମ୍ବର ମାସ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କୁ ପତ୍ର ମାଧ୍ୟମରେ ଜଣାଇଥିଲେ | ଏନେଇ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମାଝୀ କୃଷିମନ୍ତ୍ରୀ ତଥା ଉପ ମୂଖ୍ୟମନ୍ତ୍ରୀ କେ ଭି ସିଂହ ଦେଓ ଙ୍କୁ ସିଏମ କିଷାନ ସହାୟତା ରାଶି ଯୋଗାଇଦେବା ପାଇଁ ଦୃଷ୍ଟି ଆକର୍ଷଣ କରି ଆଲୋଚନା କରିଥିଲେ। ଗତକାଲି ଅକ୍ଷୟ ତୃତୀୟାରେ ନୀଳଗିରି ସମେତ ସହରାଞ୍ଚଳ ଚାଷୀ ମାନେ ସିଏମ କିଷାନ ସହାୟତା ରାଶି ପାଇଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କୃଷି ମନ୍ତ୍ରୀ କେଭି ସିଂହଦେଓ ଓ ବାଲେଶ୍ୱର
ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଙ୍କୁ ଧନ୍ୟବାଦ ଜଣାଇଛନ୍ତି |

Sidha Sambad
Author: Sidha Sambad

Leave a Comment

और पढ़ें