ବୋଲଗଡ ବ୍ଲକର ମାଟ୍ରିକ ଟପ୍ପର ଅଂଶୁମାନ ବେହେରା. ଟାଙ୍ଗିସାହି ସ୍ଥିତ ରଘୁନାଥ ମଧୁସୂଦନ ନୋଡାଲ ଉଚ୍ଚ ବିଦ୍ୟାଳୟ ର ଛାତ୍ର. ସେ ୫୪୮ନମ୍ବର ରଖି କୃତିତ୍ୱ ହାସଲ କରିଛନ୍ତି. ସେହିପରି ଅର୍ପିତା ହୋତା ୫୪୬ନମ୍ବର ରଖି ୨ୟ ସ୍ଥାନ ଅଧିକାର କରିଛନ୍ତି. ସେ କଳାଙ୍ଗ କାହ୍ନୁ ଚରଣ ଉଚ୍ଚ ବିଦ୍ୟାଳୟର ଛାତ୍ରୀ. ସେହିପରି ମୁଗମଣ୍ଡା ଦେବଗୁରୁ ଆଦର୍ଶ ବିଦ୍ୟାପୀଠର ଗୋପୀକିଷାନ ଛୋଟରାୟ ଓ କାର୍ତ୍ତିକେଶ୍ୱର ସେନାପତି ୫୪୨ନମ୍ବର ହାସଲ କରି ୩ୟ ସ୍ଥାନ ଅଧିକାର କରିଛନ୍ତି.ଶ୍ୟାମାସୁନ୍ଦର ଆଦର୍ଶ ବିଦ୍ୟାପୀଠ ଡାବର ଧୁଆ ର ଶୁଭମ ସୁବୁଦ୍ଧି ୫୪୧ନମ୍ବର ୪ର୍ଥ ଓ ଟାଙ୍ଗୀ ସାହି ରଘୁନାଥ ମଧୁସୂଦନ ନୋଡାଲର ଶୁଭ୍ରତା ବଳିୟାରସିଂ ୫୪୦ନମ୍ବର ରଖି ୫ମ ର୍ଥ ସ୍ଥାନ ଅଧିକାର କରିଛନ୍ତି.. ବୋଲଗଡ଼ରେ ୯୭%ସଫଳତା ମିଳିଛି.ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋକୁଳ ଚନ୍ଦ୍ର ବଳବନ୍ତରାୟ ଛାତ୍ରଛାତ୍ରୀ ମାନଙ୍କ ଉତ୍ତରୋତ୍ତର ଉନ୍ନତି ଆଶା କରି ଅଭିନନ୍ଦନ ଜଣାଇଛନ୍ତି.




