ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ନାୟିକା’ର ନାମ ବା ଟାଇଟଲ ଘୋଷଣା

👇समाचार सुनने के लिए यहां क्लिक करें

୦୪/୦୫: ଜୟ ଜଗନ୍ନାଥ ନତଜ୍ୟୋସ୍ନା ପ୍ରଡକ୍ସନ ହାଉସ ଦ୍ୱାରା ପ୍ରସ୍ତୁତ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ନାୟିକା’ର ନାମ ବା ଟାଇଟଲ ଘୋଷଣା ସହିତ ପୋଷ୍ଟର ଉନ୍ମୋଚନ ଏ ନେଇ ଆୟୋଜିତ ଏକ ଉତ୍ସବରେ ପ୍ରଯୋଜକ ରୂପେଶ କୁମାର ନାୟକ, ସହ ପ୍ରଯୋଜିକା ସଙ୍ଗୀତା ବିଷୋୟୀ, ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁ ଏବଂ ବରିଷ୍ଠ ଅଭିନେତ୍ରୀ ମହାଶ୍ୱେତା ରାୟ, ନାୟିକା ଭୂମିକାରେ ନଜର ଆସିବେ ମହାଶ୍ୱେତା ରାୟ। ଏବେ ବିଭିନ୍ନ ମୌଳିକ କାହାଣୀକୁ ନେଇ ଓଡ଼ିଆ ସିନେମା ନିର୍ମାଣ ହୋଇ ହିଟ୍‌ ହେଉଛି।

ରୂପେଶ କୁମାର ନାୟକଙ୍କ ଦ୍ଵାରା ପ୍ରଯୋଜିତ ଏହି ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇଛନ୍ତି ସୁଧାଂଶୁ ମୋହନ ସାହୁ। କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଛନ୍ତି ଶଙ୍କର ତ୍ରିପାଠୀ। ଚଳଚ୍ଚିତ୍ରର ପ୍ରଚାର ଓ ପ୍ରସାର ଦାୟିତ୍ୱରେ ମୁଖ୍ୟ ରହିଛନ୍ତି ମିଡିଆ ପ୍ଲାନର ଭରତ ପ୍ରଧାନ।

Sidha Sambad
Author: Sidha Sambad

Leave a Comment

और पढ़ें