ନିଳଗିରି,୯/୫(ସିଧାସମ୍ବାଦ);
ଚଳିତ ବର୍ଷ ମେଟ୍ରିକ୍ ପରୀକ୍ଷାରେ ୯୦ପ୍ରତିଶତ ରଖିଥିବା ୧୪ଜଣ ଏୱାନ ଛାତ୍ରଛାତ୍ରୀଙ୍କୁ ନିର୍ବାଚନ ମଣ୍ଡଳୀ ସ୍ତରୀୟ ପ୍ରତିଭା ସମ୍ମାନ ପୁରସ୍କାର ପ୍ରଦାନ କରାଯାଇଛି। ନିଳଗିରି ଏନ୍ଏ ସି କଲ୍ୟାଣ ମଣ୍ଡପ ପରିସରରେ ଆୟୋଜିତ ପ୍ରତିଭା ସମ୍ମାନ ପୁରସ୍କାର ବିତରଣୀ ସମାରୋହ ସଭାରେ ମୁଖ୍ୟ ଅତିଥି ଭାବେ ନିଳଗିରି ବିଧାୟକ ସନ୍ତୋଷ ଖଟୁଆ ଉପସ୍ଥିତ ରହି ଏପରି ଆୟୋଜନ କରିଥିବାରୁ ଆୟୋଜୋନକାରୀଙ୍କୁ ସାଧୁବାଦ୍ ଜଣାଇଥିଲେ। ଉପସ୍ଥିତ ଅଭିଭାବକ, ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କୁ ଉତ୍ତମ ଶିକ୍ଷା ପ୍ରଦାନ କଲେ ଉତ୍ତମ ଛାତ୍ର ଛାତ୍ରୀ ତିଆରି କରିପାରିବେ ବୋଲି ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ନିଳଗିରି ତହସିଲଦାର ସୋନମ୍ ଦାସ, ଔପଦା ବିଡ଼ିଓ ସୁଶ୍ରୀ ସ୍ୱାସ୍ଵତି ସାଢୁଆଳ , ଔଦା ବିଇଓ ନାରାୟଣ ପ୍ରସାଦ ଦାସ, ନିଳଗିରି ବିଇଓ ଭୀମସେନ ବିଶ୍ଵାଳ ପ୍ରମୁଖ ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ନିଳଗିରି ବ୍ଲକ ରୁ ୯ଜଣ, ଔଦା ବ୍ଲକରୁ ୩ଜଣ, ବାହାନଗା ବ୍ଲକରୁ ୨ଜଣ, ସମୁଦାୟ ୧୪ ଜଣ ଛାତ୍ରଛାତ୍ରୀଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।




