ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଜରୁରୀକାଳୀନ ପରିସ୍ଥିତ ସମୟରେ ଜେଲ୍‌ ଯାଇଥିବା ୨୩ ଜଣ ସଂଗ୍ରାମୀଙ୍କୁ ମିଳିବ ପେନ୍‌ସନ, ପୂର୍ବରୁ ୨୧ ଜଣ ସଂଗ୍ରାମୀଙ୍କ ପାଇଁ ପେନ୍‌ସନ ଘୋଷଣା ହୋଇଥିଲା, ସମୁଦାୟ ୪୪ ଜଣ ପାଇବେ ପେନ୍‌ସନ

👇समाचार सुनने के लिए यहां क्लिक करें

ଓଡିଆ ଅସ୍ମିତାର ନିଦର୍ଶନ ସ୍ବରୂପ ବରପୁତ୍ର ଓ ସଂଗ୍ରାମୀ ମାନଙ୍କୁ ସମ୍ମାନ ଜଣାଇବାର ପ୍ରକ୍ରିୟା ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। ଏହି ପ୍ରକ୍ରିୟାରେ ସ୍ବାଧୀନତା ସଂଗ୍ରାମୀ ମାନଙ୍କର ଭତ୍ତା ବୃଦ୍ଧି କରାଯାଇଛି ଏବଂ ଜରୁରୀକାଳୀନ ପରିସ୍ଥିତି ସମୟରେ ମିସା ଆଇନ୍‌ରେ ବନ୍ଦୀ ହୋଇଥିବା ସଂଗ୍ରାମୀ ମାନଙ୍କ ପାଇଁ ମଧ୍ୟ ପେନ୍‌ସନ ଘୋଷଣା କରାଯାଇଛି।

ଆଜି ମୁଖ୍ୟମନ୍ତ୍ରୀ ୨୩ ଜଣ ମିସା ବନ୍ଦୀ (୧୯ ଜଣ ମିସା, ୪ ଜଣ ଡି.ଆଇ.ଏସ୍‌.ଆଇ.ଆର୍) ମାନଙ୍କୁ ପେନ୍‌ସନ ପ୍ରଦାନ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ପୂର୍ବରୁ ୨୧ ଜଣ ମିସା ବନ୍ଦୀଙ୍କ ପେନ୍‌ସନ ଅନୁମୋଦନ କରାଯାଇଥିଲା । ଏହା ଫଳରେ ସମୁଦାୟ ୪୪ ଜଣ ମିସା ବନ୍ଦୀ ପେନ୍‌ସନ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।
ଏହି ସଂଗ୍ରାମୀ ମାନେ ମାସକୁ ୨୦ ହଜାର ଟଙ୍କାର ପେନ୍‌ସନ ପାଇବା ସହିତ ସେମାନଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ।

ସୂଚନାଯୋଗ୍ୟ ଯେ ୨୫ ଜୁନ୍‌ ୧୯୭୫ ମସିହାରୁ ୨୧ ମାର୍ଚ୍ଚ ୧୯୭୭ ପର୍ଯ୍ୟନ୍ତ ଦେଶର ଜରୁରୀକାଳୀନ ପରିସ୍ଥିତିକୁ ବିରୋଧ କରି ଅନେକ ସଂଗ୍ରାମୀ MISA, DIR, DISIR ଆଦି ଆଇନ ବଳରେ ଗିରଫ ହୋଇ ବିଭିନ୍ନ ଜେଲ୍‌ରେ ବନ୍ଦୀ ହୋଇଥିଲେ। ୧ ଜାନୁଆରୀ ୨୦୨୫ ସୁଦ୍ଧା ଜୀବିତ ଥିବା ସବୁ ସଂଗ୍ରାମୀ ପେନ୍‌ସନ ଓ ଚିକିତ୍ସା ସୁବିଧା ପାଇବେ ବୋଲି ନିଷ୍ପତ୍ତି କରାଯାଇଛି ।

Sidha Sambad
Author: Sidha Sambad

Leave a Comment

और पढ़ें