ବିଷଧର ସହକାରୀ ଯନ୍ତ୍ରୀଙ୍କୁ ଦୁଧ ଗୁଡ଼ ଦେଇ ସମ୍ଭାଳିଛି ରାଜ୍ୟ ସରକାର ! ଖୋଲୁଛି ସହକାରୀ ଯନ୍ତ୍ରୀଙ୍କ କଳାକାରନାମାର ଗୁମର ।

👇समाचार सुनने के लिए यहां क्लिक करें

ବିଷଧର ସହକାରୀ ଯନ୍ତ୍ରୀଙ୍କୁ ଦୁଧ ଗୁଡ଼ ଦେଇ ସମ୍ଭାଳିଛି ରାଜ୍ୟ ସରକାର !
ଖୋଲୁଛି ସହକାରୀ ଯନ୍ତ୍ରୀଙ୍କ କଳାକାରନାମାର ଗୁମର |

ନୀଳଗିରି ୨୦/୫(ସିଧାସମ୍ବାଦ);
ନିଜକୁ ଭିନ୍ନକ୍ଷମ ଦର୍ଶାଇ ଚାକିରୀ ପାଇଥିବା ଶ୍ରୀ ଶରତ ଚନ୍ଦ୍ର ଉପାଧ୍ୟାୟ ନିଜ ବକ୍ ଚାତୁରି ତାହା କମିଶନ ପ୍ରଦାନ କରି ଉଚ୍ଚପଦସ୍ତ ଅଧିକାରୀଙ୍କ ତାହା ରାଜନେତାଙ୍କ ଛତ୍ରଛାୟା ତଳେ ରହି ବିଭିନ୍ନ ପଦପଦବୀ ମାଡ଼ି ବସିବା ଓ ବିଭିନ୍ନ ଦୁର୍ନୀତିରେ ବୁଡ଼ି ରହିଥିବାର ଗୁମର ଧିରେ ଧିରେ ଲୋକଲୋଚନକୁ ଆସିବାରେ ଲାଗିଛି। ଜଣେ ବ୍ୟକ୍ତି ବିଭିନ୍ନ ବ୍ଲକରେ ଓ ବିଭିନ୍ନ ପଦପଦବୀରେ ରହି କାର୍ଯ୍ୟ କରୁଥିବାରୁ ଜନଅସନ୍ତୋଷ ଦେଖାଦେଲାଣି । ପ୍ରତି ୬ମାସରେ ବଦଳି ହେଉଥିବା ଶ୍ରୀ ଉପାଧୟଙ୍କର କେଉଁ ଭଲ ଗୁଣ ଦେଖି ବାଲେଶ୍ଵର ଜିଲ୍ଲାପାଳ ତାଙ୍କୁ ତିନି ତିନି ଗୋଟି ବିଭାଗରେ ଅବସ୍ଥାପିତ କଲେ ତାହା ଏଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ରାଜ୍ୟ ସରକାରଙ୍କ ପଂଚାୟତରାଜ ବିଭାଗ ତାଙ୍କ ଆଦେଶ ସଂଖ୍ୟା ୧୬୦୨୪ତା ୨୫.୭.୨୩ରିଖରେ ଶ୍ରୀ ଉପାଧ୍ୟାୟଙ୍କୁ ରେମୁଣା ବ୍ଲକକୁ ବଦଳି କରିଥିବା ବେଳେ ଠିକ୍ ୬ମାସ ପରେ ତତ୍କାଳିନ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଧେ ତାଙ୍କ ଆଦେଶ ସଂଖ୍ୟା ୨୮୭ ୨୫.୧.୨୪ରିଖରେ ତାଙ୍କୁ ବାହାନଗା ବ୍ଲକକୁ ଡେପୁଟେଶନରେ ପଠାଇଥିଲେ। ଏହା ଜାଣିବା ପରେ ସରକାରଙ୍କ ପଞ୍ଚାୟତରାଜ ବିଭାଗ ଶ୍ରୀ ଉପାଧ୍ୟାୟଙ୍କୁ ଆଦେଶ ସଂଖ୍ୟା ୫୪୭୦ତା ୬.୩.୨୪ରିଖରେ ବାହାନଗାରୁରୁ ନୀଳଗିରି ବ୍ଲକକୁ ବଦଳି କରିଥିଲେ। ଏହା ଜାଣି ବାଲେଶ୍ଵର ଜିଲ୍ଲାପାଳ ତାଙ୍କ ଆଦେଶ ସଂଖ୍ୟା ୪୩୮୮ ତା ୪.୯.୨୪ ରିଖରେ ତାଙ୍କୁ ରେମୁଣା ବ୍ଲକର ଅତିରିକ୍ତ ଦାୟିତ୍ଵ ପ୍ରଦାନ କରିଥିଲେ। ପୁଣି ଗତ ୨୮.୧.୨୫ରିଖରେ ବାଲେଶ୍ୱର ଜିଲ୍ଲାପାଳ ତାଙ୍କ ଆଦେଶ ସଂଖ୍ୟା ୪ମୂଳେ ଶ୍ରୀ ଉପାଧ୍ୟାୟଙ୍କୁ ନୀଳଗିରି ଆଇ ଟି ଡି ଏ କାର୍ଯ୍ୟାଳୟରେ ସହକାରୀ ଯନ୍ତ୍ରୀ ଭାବେ ଅତିରିକ୍ତ ଦାୟୀତ୍ବ ପ୍ରଦାନ କରିଥିଲେ। ଏଠାରେ ପ୍ରଶ୍ନ ଉଠେ ଜଣେ ବ୍ୟକ୍ତି ତିନି ତିନି ଗୋଟି ପଦବୀରେ କାର୍ଯ୍ୟ କରିବାକୁ କିପରି ସକ୍ଷମ ହେବେ? | ଜିଲ୍ଲାପାଳ ତାଙ୍କର କେଉଁ କାର୍ଯ୍ୟ ଦକ୍ଷତା ଦେଖି ତାଙ୍କୁ ଅତିରିକ୍ତ ଦାୟିତ୍ଵ ପ୍ରଦାନ କଲେ? | ରେମୁଣା ବ୍ଲକର ୩୧ଗୋଟି ପଞ୍ଚାୟତ, ନୀଳଗିରି ବ୍ଲକର ୨୫ଗୋଟି ପଞ୍ଚାୟତ ଓ ୨୫ଗୋଟି ପଞ୍ଚାୟତକୁ ନେଇ ଆଇ ଟି ଡି ଏ କାର୍ଯ୍ୟାଳୟ ଖୋଲାଯାଇଥିବା ବେଳେ ଜଣେ ବ୍ୟକ୍ତି ଏତେ ସବୁ ପଞ୍ଚାୟତର କାର୍ଯ୍ୟ କରିପାଉନଥିବାର ଅଭିଯୋଗ ଉଠିଛି। ସଂପୃକ୍ତ ସହକାରୀ ଯନ୍ତ୍ରୀ ୩ଗୋଟି କାର୍ଯ୍ୟାଳୟରେ ୩ଜଣ କନିଷ୍ଠ ଯନ୍ତ୍ରୀଙ୍କ ନିଜ ଅଧୀନରେ ରଖି ବହୁ ବେଆଇନ କାର୍ଯ୍ୟ କରିଚାଳିଥିବାର ଅଭିଯୋଗ ହେଉଛି। ବହୁ କ୍ଷେତ୍ରରେ କାର୍ଯ୍ୟ ନକରି ବିଲ ଉଠାଣ ହୋଇଥିବାର ଅଭିଯୋଗ ହେଉଛି। ବହୁ କାର୍ଯ୍ୟ ମଧ୍ୟ ଠିକାଦାର ମାନେ ସମାପ୍ତ କରିସାରିଥିବା ବେଳେ କାହାର ବିଲ କାଟିବା, କାହାର ବିଲକୁ ବନ୍ଦ କରି ରଖିବା ଫଳରେ ଠିକାଦାର ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଲାଣି। ସହକାରୀ ଯନ୍ତ୍ରୀ ଜଣଙ୍କ ନିଜେ କାର୍ଯ୍ୟସ୍ଥଳକୁ ନଯାଇ ତାଙ୍କ ଦ୍ଵାରା ପରିଚାଳିତ କନିଷ୍ଠ ଯନ୍ତ୍ରୀଙ୍କ ମାଧ୍ୟମରେ ତଦନ୍ତ କରି ମୋଟା ଅଙ୍କର ପି ସି ନଦେଲେ ବିଲକୁ କାଟି ଦିଆଯାଉଥିବା କିଛି ଠିକାଦାର ନାମ ଗୋପନ ରଖି ଅଭିଯୋଗ ଆଣିଛନ୍ତି। ପୁଣି କାର୍ଯ୍ୟାଳୟରେ ନରହି କନିଷ୍ଠ ଯନ୍ତ୍ରୀ ମାନଙ୍କୁ ନିଜ ଘରକୁ ଫାଇଲ ଧରି ବିଲ କରିବା ପାଇଁ ଯାଉଥିବାର ଦେଖିବାକୁ ମିଳିଛି । ସବୁଠୁ ଆଶ୍ଚର୍ଯ୍ୟର କଥା କିଛି କନିଷ୍ଠ ଯନ୍ତ୍ରୀଙ୍କ ନାମରେ କାର୍ଯ୍ୟ ଦେଶ ଥିବା ବେଳେ ସହକାରୀ ଯନ୍ତ୍ରୀଙ୍କ କଥା ନମାନିଲେ ସେମାନଙ୍କ ବିଲକୁ ମଧ୍ୟ କାଟି ଦେଉଥିବାର ଅଭିଯୋଗ ହେଉଛି। ନୂଆ ନୂଆ ନିଯୁକ୍ତି ପାଇଥିବା କନିଷ୍ଠ ଯନ୍ତ୍ରୀ ମାନେ ବିଲ କରିପାରୁନଥିବାରୁ ସହକାରୀ ଯନ୍ତ୍ରୀ ସେମାନଙ୍କର ସରଳତାର ଫାଇଦା ଉଠାଇ ମୋଟା ଅଙ୍କର ପି ସି କାଟି ସମ୍ପୂର୍ଣ ବିଲ ପାସ କରୁଥିବାର ଶୁଣିବାକୁ ମିଳୁଛି। ସହକାରୀ ଯନ୍ତ୍ରୀ ଙ୍କର ଶିକ୍ଷଗତ ଯୋଗ୍ୟତା ହାସଲ କରି ୩ ଗୋଟି ବ୍ଳକ ଦାଇତ୍ୱରେ ଥିବା ବେଳେ ଉପରିସ୍ଥ ଅଧିକାରୀ ମାନେ ଓଡିଏଫ ର ଅର୍ଥ ପଚାରିବାରୁ ସହକାରୀ ଯନ୍ତ୍ରୀ ବାବୁ ଜଣକ କହି ନପାରି ଲଜ୍ଜିତ ହୋଇଥିବାର କୁହା ଯାଉଛି | ନୀଳଗିରି ବ୍ଲକରେ ଦୁଇ ଜଣ ସହକାରୀ ଯନ୍ତ୍ରୀ କାହିଁକି ନିଯୁକ୍ତି ହେଲେ ଓ ଜଣଙ୍କୁ କାର୍ଯ୍ୟାଳୟରେ ବସାଇ ଅନ୍ୟ ଜଣଙ୍କୁ ପୂର୍ଣ୍ଣକ୍ଷମତା ପ୍ରଦାନ କରିବାର ଉଦେଶ୍ୟ କଣ ବୋଲି ଚର୍ଚ୍ଚା ଜୋର ଧରିଛି। ଏସଂକ୍ରାନ୍ତରେ ବିଡିଓଙ୍କୁ ପଚାରିଲେ ସେ ନୀରବ ରହୁଥିବା ଦେଖାଯାଇଛି। ରାଜ୍ୟ ସରକାର ବା ଭିଜିଲାନ୍ସ ବିଭାଗ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟକଳାପ ଆର୍ଥିକ ଅନିୟମିତତା ଉପରେ ତଦନ୍ତ କଲେ ବହୁ ରହସ୍ୟ ଲୋକଲୋଚନକୁ ଆସି ପାରନ୍ତା ବୋଲି ବୁଦ୍ଧିଜିବି ମହଲରୁ ଦାବୀ ହେଉଛି।

Sidha Sambad
Author: Sidha Sambad

Leave a Comment

और पढ़ें