ସିପିଆଇ (ଏମ)ପାର୍ଟି କାର୍ଯ୍ୟଳୟ ରେ ଡି.ୱାଇ.ଏଫ.ଆଇ. ଯୁବ ସଂଗଠନ ଗଠିତ ।
ଶୁଭ୍ର ଶାନ୍ତନୁ ନାୟକ ସଂଯୋଜକ ଭାବେ ନିର୍ବାଚିତ ।
ନୀଳଗିରି,୦୪/୦୬(ସିଧାସମ୍ବାଦ);
ନୀଳଗିରି ସିପିଆଇ (ଏମ) କାର୍ଯ୍ୟାଳୟ ସଭା ଗୃହରେ ଜ୍ୟୋତିର୍ମୟ ରାଉତ ଙ୍କ ସଭାପତିତ୍ୱ ରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇ ଯାଇଛି ।ଆଜିର ବୈଠକ ରେ ,ନୀଳଗିରିରେ ନୂତନ ଭାବେ
ଡି.ୱାଇ.ଏଫ.ଆଇ ଯୁବ ସଂଗଠନ ଆନୁଷ୍ଠାନିକ ଭାବେ ଗଠନ କରାଯାଇଛି। ଉକ୍ତ ବୈଠକରେ ବରିଷ୍ଠ ସିପିଆଇ(ଏମ) ନେତା ବିଜୟ କୁମାର ପାତ୍ର ମୁଖ୍ୟ ବକ୍ତା ଭାବେ ଉଦବୋଧନ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଗଙ୍ଗାଧର ମହାନ୍ତି, ଶୁଭ୍ର ଶାନ୍ତନୁ ନାୟକ, ଦେବେନ୍ଦ୍ର ବେହେରା, ନାରାୟଣ ପ୍ରସାଦ ମଲିକ ମଞ୍ଚାସିନ ରହି ଦେଶ ର ସାମ୍ପ୍ରତିକ ପରିସ୍ଥିତି ଏବଂ ଯୁବ ସମାଜର ଭୂମିକା କଣ ହେବା ଜରୁରୀ ସେ ସମ୍ପର୍କ ରେ ଉପସ୍ଥିତ ଯୁବକ ମାନଙ୍କୁ ଉଦବୋଧନ ଦେଇଥିଲେ।ଏହା ଏକ
ରାଜନୈତିକ ସଂଗଠନ ନୁହେଁ ବୋଲି ମଞ୍ଚସିନା ପାର୍ଟି ପ୍ରବକ୍ତା ମାନେ ସ୍ପଷ୍ଟ ମତ ରଖି ଥିଲେ। ଉକ୍ତ ସଂଗଠନ ,ସମ୍ପ୍ରତି ସମାଜର ବିଗିଡି ଯାଇଥିବା ବ୍ୟବସ୍ଥାର ସୁଧାର ଆଣିବା ମୂଳ ଲକ୍ଷ୍ୟ ବୋଲି କହିଥିଲେ।ଉକ୍ତବୈଠକ ରେ ଅନ୍ୟମାନଙ୍କ ମଧ୍ୟରେ ଶୁଭ୍ର ଶାନ୍ତନୁ ନାୟକ, ମନୋରଞ୍ଜନ ମହାକୁଡ଼, ପୁରୁଷତ୍ତମ ଖଣ୍ଡେଇ, କେଶବ ଚନ୍ଦ୍ର ଲେଙ୍କା, ନାରାୟଣ ପ୍ରସାଦ ମଲ୍ଲିକ, ଗଜେନ୍ଦ୍ର ସିଂ, ଉମେଶ ଚନ୍ଦ୍ର ମୁଖୀ, ଅନିଲ ମଲ୍ଲିକ, ରଘୁନାଥ ଦାସ, ପ୍ରଶାନ୍ତ ପୁହାଣ, ଦେବେନ୍ଦ୍ର ବେହେରା, କାଳିଆ ପାତ୍ର, ମୃତ୍ୟୁଞ୍ଜୟ ନାୟକ, ମନୋରଞ୍ଜନ ଜେନା, ସତ୍ୟ ରଞ୍ଜନ ଜେନା ପ୍ରମୁଖ ୩୦ ରୁ ଉର୍ଦ୍ଧ ଯୁବ ସାଥି ଯୋଗ ଦେଇ, ଡି.ୱାଇ.ଏଫ.ଆଇ ର ସଦସ୍ୟତା ଗ୍ରହଣ କରି ଥିବା ଜଣାଯାଇଛି।





